www.samajalive.in
Monday, December 8, 2025
27.1 C
Bhubaneswar

ବିବାହ ପାଇଁ ନୂଆ ସର୍ତ୍ତ : ରାଜ୍ୟ ବାହାରକୁ ଗଲେ ବର, କନ୍ୟା ସମେତ ପୁରା ବରଯାତ୍ରୀ ଦଳ ରହିବେ କ୍ବାରେନଣ୍ଟାଇନରେ

ନୂଆଦିଲ୍ଲୀ : ଅନେକ ବିବାହ ଉତ୍ସବ ଲକଡାଉନ୍ କାରଣରୁ ସ୍ଥଗିତ ରଖାଯାଇଥିବାବେଳେ କିଛି ଲୋକ ସେମାନଙ୍କର ଶୁଭ ସମୟକୁ ଦୃଷ୍ଟିରେ ରଖି ସମାରୋହର ଆୟୋଜନ କରୁଛନ୍ତି। ବର୍ତ୍ତମାନ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିବାହ ପାଇଁ ଏକ ନୂତନ ସର୍ତ୍ତ ଲାଗୁ କରାଯାଇଛି।

ଯଦି ବିବାହ ଉତ୍ସବ ପାଇଁ କୌଣସି ବରଯାତ୍ରୀ ଦଳ ରାଜ୍ୟ ବାହାରକୁ ଯାଉଛନ୍ତି ତେବେ ବର ଓ କନ୍ୟା ସମେତ ପୁରା ବରଯାତ୍ରୀ ଦଳ ହୋମ୍ କ୍ବାରେନଣ୍ଟାଇନରେ ରହିବେ। ୧୪ ଦିନ ପର୍ଯ୍ୟନ୍ତୁ ସେମାନଙ୍କୁ ହୋମ୍ କ୍ବାରେନଣ୍ଟାଇନରେ ରହିବାକୁ ପଡିବ। ସେମାନଙ୍କ ମଧ୍ୟରୁ ଯଦି କାହାର ସ୍ବାସ୍ଥ୍ୟାବସ୍ଥା ଖରାପ ହୁଏ ତେବେ​‌ ତୁରନ୍ତ ତା’ର କରୋନା ପରୀକ୍ଷା କରାଯିବ। ନେଗେଟିଭ୍ ଆସିଲେ ଛାଡି ଦିଆଯିବ ଏବଂ ପଜିଟିଭ୍ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ହରିୟାଣାର କର୍ଣ୍ଣଲରେ ଏହି ନିୟମ ଲାଗୁ ହୋଇଛି।

- Advertisement -

ବିବାହ ପାଇଁ ରାଜ୍ୟ ବାହାରକୁ ଯିବାକୁ ହେଲେ ହରିୟାଣା ପୋର୍ଟାଲ ଏବଂ ସମ୍ପୃକ୍ତ ଜିଲ୍ଲାର ଏସଡିଏମଙ୍କ ଠାରୁ ଅନୁମତି ନେବାକୁ ପଡିବ। ଏଥିପାଇଁ ଏକ ଲିଖିତ ଆକାରରେ ଏକ ଆଫିଡେଭିଟ୍ ମଧ୍ୟ ନିଆଯିବ। ଯାତ୍ରା ପାଇଁ ତିନି ଜଣଙ୍କୁ ଏକ କାରରେ ଯିବାକୁ ଅନୁମତି ଦିଆଯାଇଛି। ଏପରି ପରିସ୍ଥିତିରେ ଯଦି ୧୨ ଜଣ ବ୍ୟକ୍ତି ରାଜ୍ୟ ବାହାରକୁ ଯାଉଛନ୍ତି, ତେବେ ସେମାନଙ୍କ ପାଇଁ ୪ଟି ଗାଡିର ଅନୁମତି ନେବାକୁ ପଡ଼ିବ। ଅନୁମତି ଫର୍ମରେ ଗାଡି ନମ୍ବର ଏବଂ ଡ୍ରାଇଭରଙ୍କ ମୋବାଇଲ୍ ନମ୍ବର ଏବଂ ଯାତ୍ରୀମାନଙ୍କର ସମ୍ପୂର୍ଣ୍ଣ ବିବରଣୀ ନିଆଯିବ। ବିନା ଅନୁମତିରେ ଗଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଯଦି ବରଯାତ୍ରୀ ରାଜ୍ୟର ଅନ୍ୟ ଏକ ଜିଲ୍ଲାକୁ ଯାଉଛି, ତେବେ ଅନୁମତିର ଆବଶ୍ୟକତା ନାହିଁ। କିନ୍ତୁ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ପଡିବ। ଜିଲ୍ଲା ଭିତରେ ଆୟୋଜିତ ବିବାହ ସମାରୋହରେ ୨୦ ଜଣଙ୍କୁ ଯୋଗ ଦେବାକୁ ଅନୁମତି ଦିଆଯାଇଛି। କେବଳ ବିବାହ ନୁହେଁ, ଅନ୍ତେ୍ୟଷ୍ଟି କ୍ରିୟାରେ ମଧ୍ୟ ସମାନ ନିୟମ ଲାଗୁ ହେବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories