ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବାସଭବନରେ ପ୍ରବେଶ କରିଛି କରୋନା। ନୀତିଶଙ୍କ ଝିଆରି କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସୋମବାର ରାତିରେ ତାଙ୍କୁ ପାଟନାସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି।
ଅନ୍ୟପଟେ ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ କରାଯାଇଛି। ପରିବାରର ସମସ୍ତ ସଦସ୍ୟ ହୋମ୍ କ୍ବାରେଣ୍ଟାଇନରେ ରହିଛନ୍ତି। ସେମାନଙ୍କର କୋଭିଡ ପରୀକ୍ଷା କରାଯାଉଛି। ତେବେ ଏହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ କୌଣସି ବାଧା ଦେବନାହିଁ ବୋଲି କୁହାଯାଇଛି। ଗତ ୪ ତାରିଖରେ ନିତିଶଙ୍କର କରୋନା ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ ଆସିଛି। ତେଣୁ ସେ ପୂର୍ବଭଳି କାର୍ଯ୍ୟ ଜାରି ରଖିବେ ବୋଲି କୁହାଯାଇଛି।



