www.samajalive.in
Monday, December 8, 2025
20.1 C
Bhubaneswar

ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଜବାହରଲାଲ୍‌ ନେହେରୁ ଜୟନ୍ତୀ

ରେଙ୍ଗାଲି: ରେଙ୍ଗାଲିର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ସୋମବାର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପରିଷଦର ସଭାପତି ବସନ୍ତ କୁମାର ନାଏକଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ଅନ୍ତର୍ଯ୍ୟାମୀ ପାଣିଙ୍କ ସଂଯୋଜନା ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଣ୍ଡିତ ନେହେରୁଙ୍କ ଫଟୋଚିତ୍ରରେ ପୂଜା ଅର୍ଚ୍ଚନା ଏବଂ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବକ୍ତାମାନେ ପଣ୍ଡିତ ନେହେରୁଙ୍କ ବ୍ୟକ୍ତିତ୍ୱ, ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଏବଂ ଦେଶ ଗଠନ ତଥା ବିକାଶରେ ତାଙ୍କର ଅବିସ୍ମରଣୀୟ ଅବଦାନର ସ୍ମୃତିଚାରଣ କରିଥିଲେ । ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ, ଉଦୟଚନ୍ଦ୍ର ସାହୁ, ପୂର୍ବତନ ବିଆରସିସି ବିନୋଦବିହାରୀ ନନ୍ଦ, ସାଲେଗ୍ରାମ ସାହୁ, ଲକ୍ଷ୍ମୀନାରାୟଣ ସାହୁ, ବିନୋଦ ମାହାଣା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପିତାବାସ ତଣ୍ଡକାର, ସନ୍ତୋଷ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବକ୍ତବ୍ୟ ରଖିଥିଲେ । ଶେଷରେ ପରିଷଦର ସହ-ସମ୍ପାଦକ ସୁବନ୍‌ ଚାନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories