www.samajalive.in
Monday, December 8, 2025
17.1 C
Bhubaneswar

ନିଟ୍‌ ପରୀକ୍ଷାରେ ବଲାଙ୍ଗିରର ସ୍ମରଣୀକାଙ୍କ ସଫଳତା

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଟିକ୍ରାପଡାର ଝିଅ ସ୍ମରଣୀକା ସାହୁ (ଚିନୁ) ଚଳିତ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ତଥା ସମାଜକୁ ଗୌରବାନିତ୍ୱ କରିଛନ୍ତି। ସ୍ମରଣୀକା ସର୍ବଭାରତୀୟ ସ୍ତରରେ ନିଟ୍ ୨୦୨୦ରେ ମୋଟ ୬୦୪ ନମ୍ବର ରଖି ସର୍ବ ଭାରତୀୟ ରେଙ୍କ୍ ୧୮୧୦୬ ଏବଂ ଓବିସି କେଟାଗୋରି ରେଙ୍କ ୭୧୬୮ ରେ ରହି ସଫଳତା ହାସଲ କରିଛନ୍ତି। ସେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଦମପଡା, ବଲାଙ୍ଗିରରୁ ଦଶମ ଶ୍ରେଣୀରେ ୯୩.୫ ପ୍ରତିଶତ ନମ୍ବର ରଖିଥିବା ବେଳେ ଯୁବୋଦୟ କଲେଜ, ବଲାଙ୍ଗିର ଯୁକ୍ତ ୨ ପଢି ନିଟ୍ ପରୀକ୍ଷା ପ୍ରସ୍ତୁତି ପାଇଁ ଭୁବନେଶ୍ୱର ଅଧ୍ୟୟନ କରୁଥିଲେ। ସ୍ମରଣୀକା ଡାକ୍ତର ହୋଇ ଜାତି, ସମାଜ ଓ ଦେଶର ସେବବା କରିବା ଲକ୍ଷ୍ୟ ନେଇ ତାଙ୍କ କୃତିତ୍ୱ ପାଇଁ ମା’, ବାପା ଓ ଭଗବାନଙ୍କ ଆଶୀର୍ବାଦ ହିଁ ଆଗକୁ ଏତେ ବାଟ ନେଲା ବୋଲି କହି ଯୁବୋଦୟ କଲେଜର ଶିକ୍ଷକମାନଙ୍କ ଠାରେ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ପିତା ରାମେଶ୍ୱର ସାହୁ, ମାତା ପ୍ରଭାତି ସାହୁ ତଥା ସ୍ୱର୍ଗତ କ୍ଷମାନିଧି ସାହଙ୍କ ନାତୁଣୀ ସ୍ମରଣୀାଙ୍କ ସଫଳତାରେ ବିଭିନ୍ନ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ବଲାଙ୍ଗିର ଜିଲ୍ଲା ଗୁଡିଆ ସମାଜର ସଭାପତି ମନୋରଂଜନ ସାହୁ ମଧ୍ୟ ସମାଜ ତରଫରୁ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories