www.samajalive.in
Tuesday, December 9, 2025
17.1 C
Bhubaneswar

କ୍ୟାଲସିୟମ ଅଭାବରୁ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ

କ୍ୟାଲସିୟମ ଶରୀର ପାଇଁ ଖୁବ ଆବଶ୍ୟକ। ଏହା ହାଡ଼କୁ ମଜଭୂତ କରିଥାଏ। ଏହାସହ ଏହା ପିଲାଙ୍କୁ ଶାରିରୀକ ବିକାଶରେ , ମାଂସପେଶୀକୁ ମଜଭୂତ କରିବାରେ ବେଶ ସହାୟକ ହୋଇଥାଏ। ଶରୀରରେ କ୍ୟାଲସିୟମର ଅଭାବ ହେଲେ ହାଡ଼ ଦୁର୍ବଳ ହୋଇଯାଏ। ନଖ ମଧ୍ୟ ଦୁର୍ବଳ ହୋଇଥାଏ। ଏହାସହ କ୍ୟାଲସିୟମ ଅଭାବରୁ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ନିୟମିତ ନିଜ ଖାଦ୍ୟରେ କ୍ୟାଲସିୟମ ସାମିଲ କରିବା ନିତ୍ୟାନ୍ତ ଆବଶ୍ୟକ। ଯଦି ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ହେଉଥାଏ, ତେବେ ଏହି ଖାଦ୍ୟକୁ ନିଜ ଦୈନନ୍ଦିନ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ।
ଅଁଳା – ଅଁଳାରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। ଏଥିରେ ଆଣ୍ଟ-ଅକ୍ସିଡ଼ାଣ୍ଟର ଗୁଣ ମଧ୍ୟ ରହିଛି। ଯାହା ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହୋଇଥାଏ।
କିୱି – କିୱିରେ ମଧ୍ୟ ଭରପୁର ମାତ୍ରାରେ କ୍ୟାଲସିୟମ ରହିଛି। ଏଥିରେ ଭିଟାମିନ ସି ମଧ୍ୟ ମିଳିଥାଏ। ତେଣୁ ଏହାର ସେବନରେ କ୍ୟାଲସିୟମର ଅଭାବ ଦୂର ହୋଇଥାଏ। କମଳାରେ ମଧ୍ୟ କ୍ୟାଲସିୟମ ବହୁ ମାତ୍ରାରେ ରହିଛି। ଏହାସହ ଏଥିରେ ଭିଟାମିନ ସି ମଧ୍ୟ ରହିଛି।
ଡ୍ରାଏ ଫ୍ରୁଡ୍ସ – ଏହା ଶରୀରର ସମସ୍ତ କ୍ୟାଲସିୟମ ଅଭାବକୁ ଦୂର କରିଥାଏ। ବାଦାମ, ପିସ୍ତା, ଅଖରୋଟ, ତରଭୂଜ ମଞ୍ଜିରେ କ୍ୟାଲସିୟମ ରହିଛି। ଏହାଛଡ଼ା ଜୁଆଣି, ଜିର. ହେଙ୍ଗୁ, ଲବଙ୍ଗ, ଧନିଆ, ଗୋଲମରିଚରେ ମଧ୍ୟ କ୍ୟାଲସିୟମ ରହିଛି।
ସବୁଜ ପନିପରିବା – ସବୁପନିପରିବାରେ ମଧ୍ୟ ଭରପୁର ମାତ୍ରାରେ କ୍ୟାଲସିୟମ ରହିଛି। ବନ୍ଧାକୋବି, ବିଭିନ୍ନ ଶାଗ, ମେଥି ପତ୍ର, ପୁଦିନା, ଧନିଆ, କାକୁଡ଼ି, ଗାଜର, ଭେଣ୍ଡି ମଧ୍ୟ ସାମିଲ କରନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories