www.samajalive.in
Monday, December 8, 2025
20.1 C
Bhubaneswar

ମେ ଶେଷ ସୁଦ୍ଧା ଜାତୀୟ ଶିବିର ଆରମ୍ଭ କରିବାକୁ ଲକ୍ଷ୍ୟ ରହିଛି : କିରଣ ରିଜିଜୁ

ନୂଆଦିଲ୍ଲୀ  : କରୋନା ମହାମାରୀ ପାଇଁ କ୍ରୀଡ଼ା ପ୍ରତିଯୋଗିତା ବନ୍ଦ ହୋଇଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍‌ଡାଉନ୍‌ ରହିଥିବାରୁ ଜାତୀୟ ଶିବିର ମଧ୍ୟ ବାଧାପ୍ରାପ୍ତ ​ ହୋଇଛି । କରୋନା ମହାମାରୀ ସ୍ଥିତିରେ ଉନ୍ନତି ଆସିଲେ ଚଳିତ ମେ ଶେଷରୁ ଅଲିମ୍ପିକ୍‌ସ ସାମିଲ କ୍ରୀଡ଼ାର ଜାତୀୟ ଶିବିର ଓ ସେପ୍ଟେମ୍ବରରୁ ପ୍ରତିଯୋଗିତା ଆୟୋଜନ ନେଇ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। କରୋନା ମହାମାରୀ ପାଇଁ ସାରା ଦେଶରେ ଲକ୍‌ଡାଉନକୁ ମେ ୧୭ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଫଳରେ ସାଇ କେନ୍ଦ୍ର ଗୁଡ଼ିକରେ ପ୍ରଶିକ୍ଷଣ ବାଧାପ୍ରାପ୍ତ ହୋଇଛି। ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ ପାତିଆଲା, ସାଇ ବେଙ୍ଗାଲୁରୁ ସେଣ୍ଟରରେ ଦୌଡ଼କୁଦ ସମେତ ଅନ୍ୟାନ୍ୟ ଅଲିମ୍ପିକ୍‌ସ କ୍ରୀଡ଼ାର ଶିବିର ଆରମ୍ଭ କରାଯିବ ବୋଲି ରିଜିଜୁ କହିଛନ୍ତି। ଏଥିରେ ଅଲିମ୍ପିକ୍‌ସ ସମ୍ଭାବନା ଥିବା ଖେଳାଳିମାନଙ୍କୁ କେବଳ ପ୍ରଶିକ୍ଷଣ ସୁଯୋଗ ମିଳିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜାତୀୟ ଶିବିରକୁ ମାର୍ଚ୍ଚ ମଧ୍ୟଭାଗରୁ ସ୍ଥଗିତ ରଖାଯାଇଛି। ଜାତୀୟ ଦୁର୍ବିପାକ ପରିଚାଳନା ଆଇନ ଅନୁଯାୟୀ ଜାତୀୟ ଶିବିରକୁ ସ୍ଥଗିତ ରଖାଯାଇଛି। ଅଲିମ୍ପିକ୍‌ସ ଏକବର୍ଷ ଘୁଞ୍ଚିବା ପରେ ଏବେ ଆମ ନିକଟରେ ସୁଯୋଗ ସୃଷ୍ଟି ହୋଇଛି। ଅଲିମ୍ପିଆନମାନେ ଭଲ ଭାବେ ନିଜକୁ ପ୍ରସ୍ତୁତ କରିବା ନେଇ ସମୟ ପାଇପାରିଛନ୍ତି। ଏବେ କେବଳ ଅଲିମ୍ପିଆନ ସମ୍ଭାବନା ଥିବା କ୍ରୀଡ଼ାବିତ୍‌ମାନଙ୍କୁ ଶିବିରରେ ପ୍ରଶିକ୍ଷଣ ଯୋଗାଇ ଦିଆଯିବ। କରୋନା ସ୍ଥିତି ନିୟନ୍ତ୍ରଣ ​‌େ​‌ହବା ପରେ ସମସ୍ତ ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି କ୍ରୀଡ଼ାମନ୍ତ୍ରୀ ରିଜିଜୁ କହିଛନ୍ତି। ଅନ୍ୟପକ୍ଷରେ ସେପ୍ଟେମ୍ବର ଓ ଅକ୍ଟୋବରରୁ ଜାତୀୟ ପ୍ରତିଯୋଗିତା ଆୟୋଜନ ନେଇ ଲକ୍ଷ୍ୟ ରଖାଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories