www.samajalive.in
Monday, December 8, 2025
27.1 C
Bhubaneswar

ଘଟଗାଁ ବ୍ଲକକୁ ଫେରିଲେ ୧୭ଜଣ ପ୍ରବାସୀ ଓଡ଼ିଆ

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକକୁ ରବିବାର ପ୍ରଥମ ଦଫାରେ ଜଣେ ଶିଶୁଙ୍କ ସମେତ ୧୭ ଜଣ ପ୍ରବାସୀ ଓଡ଼ିଆ ଏକ ସ୍ୱତନ୍ତ୍ର ବସ ଯୋଗେ କେରଳରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପ୍ରଥମେ ସେମାନଙ୍କୁ ଜଳଖିଆ ପ୍ରଦାନ ପରେ ମୁକୁନ୍ଦପୁରପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱତନ୍ତ୍ର ଜ୍ୱର ଚିକତ୍ସା କେନ୍ଦ୍ରରେ ସ୍କାନିଂ କରାଯାଇ ପ୍ରଶାସନ ତରଫରୁ ଦୁଇଟି ଗାଡି ଯୋଗେ ସେମାନଙ୍କ ନିଜ ନିଜ ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ପଠା ଯାଇଛି । ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ମୁକ୍ତିକାନ୍ତ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ପ୍ରବାସୀ ମାନଙ୍କୁ ସ୍କାନିଂ କରାଯାଇଛି । ପ୍ରଶାସନ ତରଫରୁ ତହସିଲଦାର ଜନକ ନାଏକ, ବିଡ଼ିଓ ନାରାୟଣ ସାହୁ, ଏବିଡ଼ିଓ ଚିତ୍ତରଞ୍ଜନ ନାୟକ ଓ ଆଇଆଇସି ବନ୍ଦନା ପାତ୍ର ସକ୍ରିୟ ଉପସ୍ଥିତ ରହି ସମସ୍ତ ପ୍ରକ୍ରିୟାକୁ ସୁରୁଖୁରୁରେ ନିର୍ବାହ କରିଥିଲେ। ସୂଚନା ଅନୁଯାୟୀ ଭୋଳବେଡା ଓ ମନୋହରପୁର ପଞ୍ଚାୟତ ର ଜଣେ ଜଣେ, ପଟିଲୋ ପଞ୍ଚାୟତର ଦୁଇଜଣ, ପୁରୁମୁଣ୍ଡା ପଞ୍ଚାୟତ ର ଜଣେ ଓ ବିନିଦା ପଞ୍ଚାୟତ ର ୧୨ ଜଣ କୁ ମିଶେଇ ସମୁଦାୟ ୧୭ ଜଣ ପ୍ରବାସୀ ଆଜି ସରକାରୀ କ୍ବାରେଣ୍ଟାଇନ ରେ ଅବସ୍ଥାନ କରୁଛନ୍ତି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories