www.samajalive.in
Tuesday, December 9, 2025
17.1 C
Bhubaneswar

ଜଳିଗଲା ଟ୍ରେନ୍‌: ୯ ମୃତ, ୨୦ ଗୁରୁତର

ମଦୁରାଇ : ତାମିଲନାଡ଼ୁର ମଦୁରାଇ ଷ୍ଟେସନ ନିକଟରେ ଆଜି ଭୋର ସମୟରେ ଏକ ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ ଯାତ୍ରୀଙ୍କ ମୃତ୍ୟୁହୋଇଥିବାବେଳେ ୨୦ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, କିଛି ଯାତ୍ରୀ ଟ୍ରେନ୍‌ରେ ଅବୈଧ ଭାବେ ଗ୍ୟାସ୍‌ ସିଲିଣ୍ଡର ନେଇ ଯାଉଥିବା ବେଳେ ତାହା ଫାଟି ଏହି ଅଗ୍ନିକାଣ୍ଡ ହୋଇଛି। ଟ୍ରେନ୍‌ଟି ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ତାମିଲନାଡ଼ୁର ରାମେଶ୍ୱରମ ଯାଉଥିଲା। ଟ୍ରେନ୍‌ଟି ଆଜି ସକାଳେ ତାମିଲନାଡ଼ୁର ମଦୁରାଇ ଷ୍ଟେସନର ଜଙ୍କସନ୍‌ରେ ଅଟକିଥିଲା। ସେଠାରେ ପ୍ରାୟ ଭୋର ୫ଟା୧୫ରେ ଟ୍ରେନ୍‌ରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଦମକଳ ବାହିନୀ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories