www.samajalive.in
Tuesday, December 9, 2025
16.1 C
Bhubaneswar

ଆଣ୍ଡାମାନ୍‍ ନିକୋବରର ତିନି ଦ୍ୱୀପର ନାମ ବଦଳିବ

ନୂଆଦିଲ୍ଲୀ: ଆଣ୍ଡାମାନ୍‍ ନିକୋବର ଦ୍ୱୀପପୁଞ୍ଜର ତିନିଟି ଦ୍ୱୀପର ନାମ ପରିବର୍ତ୍ତନ ହେବ। ସମଗ୍ର ଦେଶରେ କେତେକ ସ୍ଥାନର ନାମ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ତାଲିକାରେ ଏହି ତିନିଟି ଦ୍ୱୀପର ନାମ ରହିଛି।
ପ୍ରସ୍ତାବ ଅନୁଯାୟୀ ରସ୍‍ ଆଇସ୍‍ଲ୍ୟାଣ୍ଡର ନାମ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନାମରେ ନାମିତ ହେବାକୁ ଯାଉଥିବା ବେଳେ ନିଲ୍‍ ଆଇସ୍‍ଲ୍ୟାଣ୍ଡର ନାମ ସହିଦ ଦ୍ୱୀପ ଓ ହେଭେଲକ୍‍ ଆଇସଲ୍ୟାଣ୍ଡର ନାମ ସ୍ୱରାଜ ଦ୍ୱୀପ ନାମରେ ନାମିତ ହେବ। ୧୯୪୩, ଡିସେମ୍ବର ୩୦ ତାରିଖରେ ସୁବାଷ ଚନ୍ଦ୍ର ବୋଷ ଆଜାଦ୍‍ ହିନ୍ଦ ଫୌଜ ସହାୟତାରେ ପୋର୍ଟବ୍ଲେୟାରଠାରେ ସ୍ୱାଧୀନ ଭାରତର ଝଣ୍ଡା ଉଡ଼ାଇଥିବାରୁ ତାଙ୍କ ସ୍ମୃତି ଓ ସମ୍ମାନ ରକ୍ଷା ପାଇଁ ଉପରୋକ୍ତ ପ୍ରସ୍ତାବ ଆସିଛି। ଜନୈକ ବ୍ରିଟିଶ ଜେନେରାଲ୍‍ ସାର ହେନେରୀ ହେଭେଲକ୍‍ଙ୍କ ନାମ ଅନୁସାରେ ହେଭେଲକ୍‍ ଆଇସଲ୍ୟାଣ୍ଡ ନାମିତ ହୋଇଥିଲା। ତେଣୁ ସେହି ଦ୍ୱୀପର ନାମ ପରିବର୍ତ୍ତନ ପାଇଁ ୨୦୧୭ ମାର୍ଚ୍ଚ ମାସରେ ରାଜ୍ୟସଭାରେ ଏ ଲ ଗାନସେନ୍‍ ପ୍ରସ୍ତାବ ଦେଇଥିଲେ।
ସମ୍ପ୍ରତି ଭାରତର କେତେକ ଐତିହାସିକ ନଗରୀର ନାମ ପରିବର୍ତ୍ତନ କରାଯିବାର ଧାରା ଆରମ୍ଭ ହୋଇଛି। ଉତ୍ତରପ୍ରଦେଶର ମୁଗଲ୍‍ ସରାଇକୁ ପଣ୍ଡିତ ଦୀନ ଦୟାଲ୍‍ ଉପାଧ୍ୟାୟ ନଗର, ଆହ୍ଲାବାଦ୍‍କୁ ପ୍ରୟାଗରାଜ ଓ ଫୈଜାବାଦ୍‍କୁ ଅଯୋଧ୍ୟା ନାମରେ ନାମିତ କରିଛନ୍ତି ଉତ୍ତରପ୍ରଦେଶ ସରକାର। ଏହାପରେ ମୁଜାଫରନଗର ନାମ ଲକ୍ଷ୍ମୀନଗର ଓ ଆଗ୍ରାର ନାମ ଅଗ୍ରବଣ କିମ୍ବା ଅଗ୍ରୱାଲ୍‍ ନାମରେ ନାମିତ କରିବାକୁ ପ୍ରସ୍ତାବ ଆସିଛି। ଗୁଜରାଟର ଅହମ୍ମଦାବାଦକୁ କର୍ଣ୍ଣାବତୀ ନାମରେ ନାମିତ କରିବାକୁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଘୋଷଣା କରିଛନ୍ତି। ସେହିପରି ଯଦି ବିଜେପି କ୍ଷମତାକୁ ଆସେ ତେବେ ତେଲେଙ୍ଗାନାର କରିମନଗର ଜିଲାକୁ କରିମ୍‍ପୁରମ୍‍ ଓ ହାଇଦ୍ରାବାଦ୍‍କୁ ଭାଗ୍ୟନଗର ଭାବରେ ନାମିତ କରିବାକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories