www.samajalive.in
Thursday, December 11, 2025
27.1 C
Bhubaneswar

ଡାବୁଗାଁ ବିଧାୟକଙ୍କ ଚାଷକାମକୁ ପ୍ରଶଂସା କଲେ ଉପରାଷ୍ଟ୍ରପତି, କହିଲେ ପ୍ରେରଣାଦାୟୀ।

ନବରଙ୍ଗପୁର : ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ବିଭିନ୍ନକାର୍ଯ୍ୟ ନେଇ ସବୁବେଳେ ଚର୍ଚ୍ଚିତ ରହୁଥିବାବେଳେ ଏବେ ସେ ନିଜଚାଷ ଜମିରେ କାମ କରି ପ୍ରଶଂସିତ ହୋଇଛନ୍ତି। ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ ତାଙ୍କର ଟ୍ୱିଟ୍‍ ରେ ବିଧାୟକ ଶ୍ରୀ ରନ୍ଧାରୀ ପ୍ରତିବର୍ଷ ଦୁଇମାସ ଧାନକ୍ଷେତରେ କାମ କରୁଥିବାରୁ ଉଚ୍ଚପ୍ରଶଂସା କରିବା ସହ ଏହା ପ୍ରେରଣାଦାୟୀ ବୋଲି ଉଲ୍ଲେଖ କରିଛନ୍ତି। ଶ୍ରୀ ରନ୍ଧାରୀ କହିଛନ୍ତି ଯେ ଯୁବକମାନେ କ୍ଷେତରେ କାମ କରିବାକୁ କୁଣ୍ଠା ପ୍ରକାଶ କରିବା ଅନୁଚିତ, ବୋଲି ଉଲ୍ଲେଖ କରିବା ସହ ଏସଂପର୍କରେ ସେ ଓଡିଆ, ହିନ୍ଦି ଓ ଇଂରାଜୀରେ ଟ୍ୱିଟରେ ଲେଖିଛନ୍ତି।

- Advertisement -

 

ସୂଚନାଯୋଗ୍ୟରେ ବିଧାୟକ ଶ୍ରୀରନ୍ଧାରୀ ଲଗାତାର ଭାବେ ୩ଥର ବିଜୟୀ ହୋଇଥିବାବେଳେ ସେ ବିଭିନ୍ନ ସମୟରେ ଭିନ୍ନଢଙ୍ଗରେ ସମାଜସେବା କାମ କରିଆସୁଛନ୍ତି। ଯାହାକି ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଛନ୍ତି। ତେବେ ତାଙ୍କୁ ଖୋଦ୍‍ ଉପରାଷ୍ଟ୍ରପତି ପ୍ରଶଂସା କରିବାଘଟଣା ରାଜ୍ୟରେ ଆଲୋଚନାର ବିଷୟ ହୋଇଛି। ଏସଂପର୍କରେ ବିଧାୟକ ଶ୍ରୀ ରନ୍ଧାରୀଙ୍କର ପ୍ରତିକ୍ରିୟା ନେବାରୁ ସେ ଉପରାଷ୍ଟ୍ରପତିଙ୍କୁ କୃଞତା ଜଣାଇବାସହ ସେ ଜଣେ ଚାଷୀଘରର ପୁଅ, ଚାଷକାମ କରିବା ସହ ଲୋକଙ୍କର ସେବା କରିବାକୁ ଭଲ ପାଆନ୍ତି ବୋଲି କହିଛନ୍ତି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories