ନବରଙ୍ଗପୁର: ପଂଚାୟତ ସମିତି ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ବ୍ଲକ ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବିଡିଓ ତଥା ପ୍ରକଳ୍ପ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ସହ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କମିଟି ସଭ୍ୟ ତଥା ବ୍ଲକ ଅଧ୍ୟକ୍ଷ ଶରତ ଭତ୍ରା, ଉପାଧ୍ୟକ୍ଷା ନନ୍ଦିନୀ ସମରଥ, ଜିଲ୍ଲାପରିଷଦ ସଭ୍ୟା ପରିଜା ଭତରା, ଜିଲ୍ଲା ସୋସିଆଲ ଅଡିଟର ବୈବସୁତ ଚଲାଣ, ପୂର୍ବତନ ସିଡିପିଓ ତଥା ସାମାଜିକ କର୍ମୀ ମନୋରମା ମାଝୀ ଓ ଖବରଦାତା ସଦାଶିବ ପ୍ରହରାଜ ପ୍ରମୁଖ ମଞ୍ଚ।ସୀନ ଥିଲେ । ସୋସିଆଲ ଅଡିଟର ଚଲାଣ ଏମଜିଏନଆରଇଜିଏସ, ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ରହିଥିବା ବିଭିନ୍ନ ଦିଗ ଉପରେ ସୋସିଆଲ ଅଡିଟ ଆଲୋକପାତ କରିଥିଲେ । ଶ୍ରମିକ ମାନେ ତାଙ୍କର ପ୍ରାପ୍ୟ କିଭଳି ପାଇପାରିବେ ଓ କାମ ପାଇଁ ଆବେଦନ କରିବେ ତ।ହା ଉପରେ ବିସ୍ତୃତ ଭାବେ ବୁଝାଇଥିଲେ । ରାସନ କାର୍ଡ ହିତାଧିକାରୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଚାଉଳ ଯୋଗାଉଛନ୍ତି । ବ୍ଲକର ୧୩ଟି ପଞ୍ଚାୟତରେ ୨୦ ଗୋଟି ସ୍ଵୟଂ ସହାୟକ ଦଳ ଚାଉଳ ବିତରଣ କରୁଛନ୍ତି । ସେମାନେ ଚାଉଳ ଯୋଗାଣ ଓ ବିତରଣ ଉପରେ କାଗଜ ପତ୍ର ସଠିକ ଭାବେ ସଜାଡି ପାରୁ ନାହାଁନ୍ତି । ଏଥି ପ୍ରତି ଯୋଗାଣ ନିରିକ୍ଷକ ଗୁରୁତ୍ବ ଦେବାକୁ ଆବଶ୍ୟକ ବୋଲି କହିଥିଲେ ।
ବିଡିଓ ଶ୍ରୀ ପଟ୍ଟନାୟକ ୨୦୨୧–୨୨ ଆର୍ଥିକ ବର୍ଷରେ ଏମଜିଏନଆରଇଜିଏସ ଯୋଜନାରେ ୩୮୮୨ ପ୍ରକଳ୍ପ ହାତକୁ ନିଆଯାଇଥିଲା । ୨୦୨୨ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୮୬୦ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ବ୍ଲକରେ ୧୨ ହଜାର ୧୮୬ ଜବ କାର୍ଡ ସକ୍ରିୟ ରହିଛି । ୯୮୭୯ ଜଣ ଜବକାର୍ଡଧାରୀ ପରିବାର ସଂଖ୍ୟା ଆବେଦନ କରିଛନ୍ତି । ଲେବର କାର୍ଡ ପ୍ରକ।ରେ ଶ୍ରମ ଦିବସ ଲକ୍ଷ୍ୟ ଧାର୍ଯ୍ୟ ୮୩୮୭୧୪ ରହିଥିବା ସ୍ଥଳେ ବ୍ୟୟ ଅଟକଳ ୨୭୮୫.୬୨ ଲକ୍ଷ ଟଙ୍କା ହୋଇଛି । ୫,୪୪,୪୭୭ ଶ୍ରମ ଦିବସ ସୃଷ୍ଟି ହୋଇଛି । ୮୬୩ ପରିବାର ୧୦୦ ଦିନର କାମ କରିଛନ୍ତି ବୋଲି ସୂଚନା ଦେଇଥିଲେ । ମୃତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୦୨୦–୨୧ ବର୍ଷରେ ୯୦ ହେକ୍ଟର ଜମିରେ କାଜୁ ବଗିଚା, ସମନ୍ବିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୩୦ ହେକ୍ଟର କାଜୁ ବଗିଚା ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୪୦ ହେକ୍ଟର କାଜୁ ବଗିଚା ସୃଷ୍ଟି କରାଯାଇଥିବା ସୂଚନା ଦିଆଯାଇଥିଲା । ସେହିଭଳି ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୧୩ଟି ପଞ୍ଚାୟତରେ ୨୨ ହଜାର ୨୧୧ ପଡିକାର୍ଡ ରହିଛି । ଏଥିରେ ୭୨ ହଜାର ୮୬୯ ସଦସ୍ୟ ଉପକୃତ ହୋଇ ପାରୁଛନ୍ତି ବୋଲି ଯୋଗାଣ ନିରିକ୍ଷକ ଦେବେନ୍ଦ୍ର କୁମାର ପଟ୍ଟନାୟକ ସୂଚନା ଦେଇ ଥିଲେ ।
ସାମାଜିକ କର୍ମୀ ଶ୍ରୀମତୀ ମାଝୀ ଓ ଅଙ୍ଗନୱାଡି ସୁପରଭାଇଜର ବିନିତା ଜେଠୀ ଅଙ୍ଗନୱାଡି ମାଧ୍ୟମରେ ଯୋଗାଇ ଦିଆଯାଉଥିବା ରନ୍ଧା ଓ ସୁଖା ଖାଦ୍ୟ, ପୋଷାକ ବିତରଣ, ମମତା ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଖବରଦାତା ସଦାଶିବ ପ୍ରହରାଜ ଏମଜି ଏନଆରଇଜିଏସ ଯୋଜନା ମାଧ୍ୟମରେ ୨୦୭ ଟଙ୍କା ଦେଅନିକ ମଜୁରୀ ରହିଥିବା ବେଳେ ଏହା ବୃଦ୍ଧି ପାଇ ୨୧୫ ଟଙ୍କା କରାଯାଇଛି ।ଶ୍ରମିକ ମାନେ ଦିନିକିଆ କୌଣସି ସାହୁକାର ପାଖରେ ମାଟି କାମ କଲେ ଠିକା ଭାବେ ୫ଶହ ଟଙ୍କା ରୋଜଗାର କରୁଛନ୍ତି । ଏମଜିଏନଆରଇଜିଏସ ଯୋଜନାରେ କାମକୁ ଯାଉ ନାହାଁନ୍ତି ଓ ଆବେଦନ ମଧ୍ୟ କରୁ ନାହାଁନ୍ତି । କାମ ପାଇ ଆବେଦନ କଲେ ସାହୁକାର ପାଖରେ କାମ କରିବା ପରଦିନ ତାହାକୁ ଯୋଜନା ମାଧ୍ୟମରେ କାମ ମିଳିବ । ଏହା ଦ୍ବାରା ରୋଜଗାର ବୃଦ୍ଧି ପାଇବା ସହ ଘର ଓ ପରିବାର ପାଇଁ ତହା ସହାୟକ ହୋଇ ପାରିବ ବୋଲି କହିଥିଲେ । ବିଭିନ୍ନ ବିଭାଗ ପକ୍ଷରୁ କାଜୁ ବଗିଚା ସୃଷ୍ଟି କରାଯାଉଛି । ତେବେ ଶ୍ରମିକ ମାନେ କାମ କରି ପ୍ରାପ୍ୟ ପାଇବାରେ ବିଳମ୍ବ ହୋଲେ କେଉଁ ବିଭାଗ ଦ୍ବାରା କାମ ହେଉଥିଲା ତ।ହା ଜାଣି ନପ।ରୁ ନାହାଁନ୍ତି । ଏଥିପାଇଁ କାମ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲଗାଯିବା ସହ ଶ୍ରମିକ ମାନେ ମଧ୍ୟ ତହା ଜାଣିବା ଆବଶ୍ୟକ ରହିଛି । ସେହିଭଳି ଏମଜିଏନଆରଇଜିଏସ ଯୋଜନା ମାଧ୍ୟମରେ ଚାଷୀ ମାନେ କୂଅ ଓ ପୋଖରୀ ଖନନ କରି ପରିବା ଓ ଫୁଲ ଚାଷ କରି ବେଶ ରୋଜଗାର କରି ପାରିଛନ୍ତି ବୋଲି କହିଥିଲେ ।



