www.samajalive.in
Monday, December 8, 2025
14.1 C
Bhubaneswar

ମାନସ ସ୍ୱାଇଁ ହତ୍ୟା ମାମଲା; ୪ ଅଭିଯୁକ୍ତଙ୍କୁ କେଉଁ ସ୍ଥାନକୁ ନେଲା କ୍ରାଇମବ୍ରାଞ୍ଚ ?

ଭୁବନେଶ୍ବର: କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା ଉପରୁ ହଟିବ ପରଦା । କ୍ରାଇମବ୍ରାଞ୍ଚ ତାର ତଦନ୍ତ  ଜୋରଦାର କରୁଥିବା ଦେଖିବାକୁ ମିଳୁଛି । ଘଟଣା ଉପରୁ ପରଦା ହଟାଇବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତଙ୍କୁ ଘନଘନ ଜେରା କରାଯାଉଛି । ଗତ ଦୁଇଦିନ ହେଲା ରିମାଣ୍ଡରେ ଥିବା ୪ ଅଭିଯୁକ୍ତଙ୍କୁ  କ୍ରାଇମବ୍ରାଞ୍ଚ ଜେରା କରିବା ସହ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରୁଛି । ତେବେ ଆଜି ମଧ୍ୟ ୨ଟି ଗାଡ଼ିରେ ୪ ଅଭିଯୁକ୍ତଙ୍କୁ କୌଣସି ଏକ ସ୍ଥାନକୁ କ୍ରାଇମବ୍ରାଞ୍ଚ ନେଇଥିବା ଖବର ମିଳିଛି । ତେବେ କ୍ରାଇମବ୍ରାଞ୍ଚ ସେମାନଙ୍କୁ କେଉଁ ସ୍ଥାନକୁ ନେଇଛି ତାହା ଜଣାପଡ଼ିନାହିଁ ।

ସୂଚନା ମୁତାବକ ମାନସ ହତ୍ୟା ଘଟଣା ଉପରେ ନୂଆ ନୂଆ ତଥ୍ୟ ଯୋଗାଡ଼ କରିବାକୁ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ କେଉଁ ସ୍ଥାନକୁ ନେଇଥିବା କୁହାଯାଛି । ମିଳିଥିବା ସୂଚନା ଅନୁସାରେ ଆଜି ଅଭିଯୁକ୍ତଙ୍କ କ୍ରାଇମସିନ୍‌ ରିକ୍ରିଏସନ୍‌ ହେବନାହିଁ । ଆସନ୍ତାକାଲି ଅଭିଯୁକ୍ତ ମାନଙ୍କ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ ହେବ । ଗତକାଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଅଭିଯୁକ୍ତଙ୍କୁ କ୍ରଇମବ୍ରାଞ୍ଚ ଘନଘନ ଜେରା କରିଥିଲା ।  ମୁଖ୍ୟ ଅଭିଯୁକ୍ତା ଶାର୍ମିଷ୍ଠା କ୍ରାଇମବ୍ରାଞ୍ଚର ପ୍ରଶ୍ନରେ ଘାଇଲା ହୋଇଥିଲେ ।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories