www.samajalive.in
Sunday, December 7, 2025
15.1 C
Bhubaneswar

ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ସପୁରି ଚାଷ

ନବରଙ୍ଗପୁର : କରେ।ନା କାଳରେ ନବରଙ୍ଗପୁର ଚାଷୀଙ୍କ ନୂତନ ସମ୍ଭାବନା ଆଣିଦେଇଛି ରାଣୀ ସପୁରୀ ।  ନବରଙ୍ଗପୁର ଚାଷୀଙ୍କ ଆୟକୁ ବହୁଗୁଣିତ କରିବା ଲକ୍ଷ୍ୟ ନେଇ ପାଇଁ କାର୍ଯ୍ୟକରୁଥିବା କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ତରଫରୁ  ନବରଙ୍ଗପୁର ଜିଲ୍ଲାକୁ ଏକ ପାଇଲଟ ଜିଲ୍ଲା ଭାବେ ଗ୍ରହଣ କରାଯାଇ ପରୀକ୍ଷା ମୂଳକ ଭାବେ ଆରମ୍ଭ  ହୋଇଥିବା ରାଣୀ ସପୁରୀ ଚାଷ  ସଫଳ ହୋଇଛି । ବଜାରରେ ଏହି ସପୁରୀର ସ୍ୱତନ୍ତ୍ର ଚାହିଦା  ରହିଥିବାରୁ ଏହା ଅବ୍ୟବହୃତ ପଡିଆ ପଡିଥିବା ଜମିରେ ଚାଷ କଲେ ଏକର ପିଛା ବାର୍ଷିକ ପ୍ରାୟ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରେ।ଜଗାର ପାଇପାରିବେ  ।
ଏଣିକି ନବରଙ୍ଗପୁର ବଜାରରେ ମିଳିବ ସୁସ୍ୱାଦୁ ରାଣୀ ସପୁରୀ।  ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ସରୁଗୁଡା ସ୍ଥିତ ଗୋବିନ୍ଦାଳୟର କୃଷିଧାମ ଠାରେ ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଥିବା ସୁସ୍ବାଦୁ ରାଣୀ କିସମର ସପୁରୀ ଚାଷ ସଫଳ ହୋଇଛି। ଏହି ନର୍ସରୀରୁ ଚାରା ଉତ୍ପାଦନ କରାଯାଇ ସାରା ଜିଲ୍ଲାରେ ଚାଷୀଙ୍କୁ ପ୍ରତ୍ସାହିତ କରିବା ଯୋଜନା ରହିଛି ।  ବିଜ୍ଞାନ ଓ କାରିଗରୀ ବିଦ୍ୟା ମାଧ୍ୟମରେ ଜିଲ୍ଲାର ଅଧିବାସୀଙ୍କ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣିବା ପାଇଁ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟ କରୁଥିବା  ଦେଶର ୧୨ ଗୋଟି ବୈଜ୍ଞାନିକ ସଂସ୍ଥା  ମଧ୍ୟରୁ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ପକ୍ଷରୁ ନବରଙ୍ଗପୁରରେ ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଛି କୁଇନ୍ କିସମର ସପୁରୀ ଚାଷ।
ଏହି କିସମ ସପୁରୀ ସାଧାରଣତଃ ତ୍ରିପୁରା ଭଳି ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଚାଷ କରାଯାଉଛି। ଏହି ରାଣୀ କିସମ ସପୁରୀ ଫଳର ଭିନ୍ନ ଏକ ସ୍ବାଦ, ସହିତ ବହୁତ  ଚାରା ବାହାରେ ଏବଂ ଭଲ ଓଜନ ବି ବାହାରୁଥିବାରୁ ଏହି କିସମର ସପୁରୀ ଚାହିଦା ସାରା ଦେଶରେ ଅଧିକ ରହିଛି। ଏହି ସପୁରୀର ବଜାର ଦର ବି ଭଲ ରହିଛି। ରାଣୀ ସପୁରୀ ଚାଷ ପାଇଁ କମ ତାପମାତ୍ରା , ଭଲ ବର୍ଷା, ବାଲି ଓ ପଟୁମାଟିରେ ସପୁରୀ ଚାଷ ଭଲ ହେଉଥିବାବେ‌ଳେ ନବରଙ୍ଗପୁର ଜିଲ୍ଲାରେ ଏହି ଚା‌ଷ ପାଇଁ ଉପଯୁକ୍ତ ଅନୁକୂଳ ଜଳବାୟୁ ଓ ମାଟି ଥିବାରୁ ଏଠାରେ ପରୀକ୍ଷା ମୁଳକ ଭାବେ ଆରମ୍ଭ କରାଯାଇଥିଲା ଯାହା ସଫଳ ହୋଇଥିବା କହିଛନ୍ତି କୃଷି କର୍ମଚାରୀ ଦେବାଶିଷ ପଟନାୟକ |
ବର୍ଷ ସାରା ପଡିଆ ହୋଇ ପଡି ରହୁଥିବାରୁ ଅବ୍ୟବହୃତ ଜମି ଓ ଆମ୍ବ ଚା‌ଷ କରୁଥିବା ପଡିଆ ଗୁଡିକରେ ଏହି ଚାଷ କଲେ ଲାଭ ହୋଇ ପାଇପାରିବ। ‌ ଆମ୍ବ ଗଛ ମଧ୍ୟରେ ଏହି ଚାଷ କରାଯାଇପାରିଲେ ଚାଷୀ ଏହି ଚାଷ ଦ୍ବାରା ‌କେବଳ ଫଳ ପାଇବ ତାହା ନୁହେଁ ଅବ୍ୟବହୃତ ହୋଇପଡିଥିବା ଜମି ବ୍ୟବହାର ହୋଇପାରିବ । ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଅଳ୍ପ ଜମିରେ ଚାଷ କରୁଥିବା ବେଳେ ଏହି ଚାଷ କରିବାର ପଦ୍ଧତି ଓ ଫସଲ ଚାଷ କରିବା ଦ୍ୱାରା ହେଉଥିବା ଲାଭ ଜାଣିବା ପରେ  ସପୁରୀ ଚାଷ ପ୍ରତି  ଆଗ୍ରହ ବଢିଥିବା ରୁ ଚଳିତ ବର୍ଷ ଠାରୁ ଅଧିକ ଏକର ଜମିରେ ଚାଷ କରିବେ ବୋଲି କହିଛନ୍ତି ଚାଷୀ । ଅପରପକ୍ଷରେ ଅବ୍ୟବହୃତ ପଡିଆ ପଡିଥିବା  ଜମିରେ ସପୁରୀ ଚାଷ  କରିବା ଦ୍ୱାରା ଚାଷୀ  ସହିତ ଜମିରେ  ଶ୍ରମିକ ମଧ୍ୟ ନିୟୋଜିତ ହୋଇପାରି କର୍ମସଂସ୍ଥାନ ପାଇପାରିବେ ବୋଲି ଆଶା ରଖିଛନ୍ତି ।
ଏହି ସପୁରୀ ଗଛର ଡାଳିପୁଆ, ମୁଳପୁଆ, କନ୍ଦାପୁଆ ଓ ମୁକୁଟ ପୁଆକୁ ଚାରା ରୁପେ ବି ବିକ୍ରି କରି ବେଶ୍ ଦି ପଇସା ରୋଜଗ‌ାର କରିପାରିବ । ଗୋଟିଏ ଗଛ ରୁ ଫଳ ସମତେ ପ୍ରାୟ ୩ ରୁ ୫  ଟି ପର୍ଯ୍ୟନ୍ତ  ଚାରା ଉତ୍ପାଦିତ କରିପାରିବ ।  ଚାଷୀ ଗୋଟିଏ ଥରେ ଚାରା ରୋପଣ କରିଲେ ୩ ବର୍ଷ ପର୍ଯ୍ୟନ୍ତ ଉଭୟ ଫଳ ଓ ଚାରା ବିକ୍ରି କରି ଭଲ ଲାଭ ପାଇବା‌ ଆଶା ରହିଥିବାରୁ  ଏହି ଚାଷକୁ ବହୁ ସଂଖ୍ୟାରେ ଚାଷୀ ଆପେଣେଇବେ ବୋଲି କହିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ସପୁରୀ ଚାଷ କ୍ଷେତ୍ରରେ କାମ କରୁଥିବା ବୈଜ୍ଞାନିକ ଡକ୍ଟର ପି. ଶ୍ରୀନିବାସ । ଏହାସହ ସେ କହିଛନ୍ତି ଯେ ଏବେ ନସର୍ରୀରେ ଯେଉଁ ଚାଷ ଆରମ୍ଭ କରାଯାଇଛି ଜିଲ୍ଲାରେ ସେହି ଚାରା ସାହାଯ୍ୟରେ ଚାଷୀଙ୍କୁ ଡେମୋନଷ୍ଟ୍ରେସନ ମାଧ୍ୟମରେ ସପୁରୀ ଚାଷ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରତ୍ସାହନ ଦେବା ପାଇଁ ଉଦ୍ୟମ ଚାଲୁ ରହିଛି । ବର୍ତ୍ତମାନ ପ୍ରାୟ ୧୦୦୦ ଚାରା ଚାଷ କରାଯାଇଥିବା ବେଳେ ଆସନ୍ତାବର୍ଷ  ଏଥିରୁ ପ୍ରାୟ ୫୦୦୦ ହଜାର ଚାରା ବାହାର କରାଯିବା ର ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ବୈଜ୍ଞାନିକ ।  ଏହି ଚାଷ ଦ୍ୱାରା ଚାଷୀ ଏକର ପିଛା ବର୍ଷକୁ  ପ୍ରାୟ  ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବ ବୋଲି କହିଛନ୍ତି ବୈଜ୍ଞାନିକ ।  ଜିଲ୍ଲାରେ ଖୁବ ଶୀଘ୍ର ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରାଯାଇ ସେଇଠି ସପୁରୀ ରୁ ଯୁସ ପ୍ରସ୍ତୁତି କରିବା ପାଇଁ ପଦକ୍ଷେପ ନିଆଯାଉଛି । ଯାହାଫଳରେ ସପୁରୀ ପାଇଁ ବଜାର ପାଇଯିବ ଓ ଚାଷୀ ଙ୍କ ମଧ୍ୟରେ ସପୁରୀ ଚାଷ ପାଇଁ ଆଗ୍ରହ ବଢିବାର ସମ୍ଭାବନା ଅଛି |

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories