www.samajalive.in
Monday, December 8, 2025
27.1 C
Bhubaneswar

ଜିଲ୍ଲା ଦୌରା ଜଜଙ୍କ ଚନ୍ଦାହାଣ୍ଡି କୋର୍ଟ ପରିଦର୍ଶନ ଓ ସମୀକ୍ଷା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଦୌରା ଜଜ୍ ଅଶୋକ କୁମାର ପଣ୍ଡା ଆଜି ଚନ୍ଦାହାଣ୍ଡି ଜେଏମ ଏଫସି କୋର୍ଟ ପରିଦର୍ଶନ କରିବା ସହ କୋର୍ଟ ର ନଥିପତ୍ର ସମୀକ୍ଷା କରି ଫେରିଯାଇଛନ୍ତି । ଏହି ପରିପ୍ରେକ୍ଷୀରେ ଚନ୍ଦାହାଣ୍ଡି ଓକିଲ ସଂଘ ତରଫରୁ ଜିଲ୍ଲା ଜଜ୍ ଶ୍ରୀ ପଣ୍ଡାଙ୍କୁ ଭବ୍ୟ ସମ୍ବର୍ଧନା ପ୍ରଦାନ କରିବା ସହ ଓକିଲ ମାନଙ୍କ ସମସ୍ୟା ଉତଥାପନ କରିଥିଲେ । ଗତ ୨୩ ତାରିଖ ରୁ ନବରଙ୍ଗପୁର ଜିଲ୍ଲା କୋର୍ଟ ରୁ ସିରସ୍ତାଦାର ଲମ୍ବୋଦର ମିଶ୍ର ,ଉମେଶ ଅଧିକାରୀ, ସଞ୍ଜୟ ତ୍ରିପାଠୀ ଆସି ଚନ୍ଦାହାଣ୍ଡି କୋର୍ଟ ର ସମସ୍ତ ନଥିପତ୍ର ଯାଞ୍ଚ କରିବା ସହ ଅଦାଲତ ର ସୁବିଧା ଅସୁବିଧା ବୁଝିଥିଲେ । ଆଜି ର ଏହି କାର୍ୟ୍ୟକ୍ରମରେ ଚନ୍ଦାହାଣ୍ଡି ଜେଏମଏଫସି ସବ୍ୟସାଚୀ ପ୍ରଧାନ, ସରକାରୀ ଓକିଲ ପ୍ରଶାନ୍ତ କୁମାର ସାହୁ , ଓକିଲ ମହମ୍ମଦ ହୁସେନ,ଜୟଦେବ ଖମାରୀ,କ୍ଷେମରାଜ ବାଘ, ହୁମେଶ୍ୱର ହଂସ, କୋର୍ଟ କର୍ମଚାରୀ କେଦାରଗୌରୀ ପାଞ୍ଜିଆ, କେଶରୀ ମନହିରା, ସର୍ବେଶ୍ୱର ପୁଜାରୀ, ସାବେରିଆ ଏକ୍କା,ବଳରାମ ମାଝୀ, ଜାନୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories