www.samajalive.in
Monday, December 8, 2025
27.1 C
Bhubaneswar

ଟ୍ୱିଟରକୁ କିଣିବା ନିଷ୍ପତ୍ତିରୁ ଓହରିବେ ଏଲୋନ୍‌ ମସ୍କ

ନ୍ୟୁୟର୍କ – ଟ୍ୱିଟର ବିକ୍ରି ହୋଇଯିବ । ସ୍ପେସ୍‌ ଏକ୍ସ୍‌ର ପ୍ରତିଷ୍ଠାତା ଏଲନ୍‌ ମସ୍କ ଏହାକୁ କିଣିବେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଏବେ ଏଲନ୍‌ ମସ୍କ ଟ୍ୱିଟର କିଣିବେ ନାହିଁ ବୋଲି ସୂଚନା ଦେିଛନ୍ତି । ୪୪ ବିଲିୟନ୍‌ ଆମେରିକୀୟ ଡଲାର୍‌ରେ ମସ୍କ ଟ୍ୱିଟରକୁ କିଣି ଥାଆନ୍ତେ । ମାତ୍ର ଟ୍ୱିଟର ତାଙ୍କୁ ଫେକ୍‌ ବା ମିଛ ଆକାଉଣ୍ଟ ଏବଂ ସ୍ପାମ୍‌ ବିଷୟରେ ତଥ୍ୟ ଦେଇ ପାରିଲା ନାହିଁ ବୋଲି ସେ କହିଛନ୍ତି ।

ମସ୍କ ଟିଟ୍ୱରର କର୍ତ୍ତୃପକ୍ଷଙ୍କ ଲେଖିଥିବା ପତ୍ରରେ ଏ ବିଷୟରେ ଉଲ୍ଲେଖ କରିଛନ୍ତି । ଟ୍ୱିଟର ସହ ହୋଇଥିବା ଚୁକ୍ତିକୁ ସେ କୌଣସି ସମୟରେ ବାତିଲ୍‌ କରିପାରନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

- Advertisement -

ଟ୍ୱିଟର ପକ୍ଷରୁ ତାଙ୍କୁ ଜାଣିଶୁଣି ଅନେକ ତଥ୍ୟ ଲୁଚା ଯାଉଥିବା କଥା ଏଲନ୍‌ ମସ୍କ କହିଛନ୍ତି । ଏହା ବିଶ୍ୱାସନୀୟତାର ଉଲ୍ଲଘଂନ ବୋଲି ସେ ପ୍ରକାଶ କରିଛନ୍ତି । ମସ୍କଙ୍କ ଏହି ପତ୍ର ପରେ ଟ୍ୱିଟର ଅଂଶଧନର ମୂଲ୍ୟ ପ୍ରାୟ ୫.୫ ପ୍ରତିଶତ ହ୍ରାସ ପାଇଛି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories