www.samajalive.in
Monday, December 8, 2025
13.1 C
Bhubaneswar

ବଡଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନ ଭାଇ

କଣିହାଁ : ଅନୁଗୁଳ ଜିଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଶିପୁର ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ପାରିବାରିକ କଲହକୁ କେନ୍ଦ୍ର କରି ବଡ଼ଭାଇ ରଞ୍ଜନ ବାରିକ(୨୨)କୁ ନିଜର ସାନ ଭାଇ ନିରଞ୍ଜନ ବାରିକ(୨୧) ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବରେ ହତ୍ୟା କରିଛି l ଶନିବାର ମଧ୍ୟ ରାତ୍ରରେ ରଞ୍ଜନ ବାରିକ ଶୋଇଥିବା ସମୟରେ ଲାଇନ କାଟି ନିରଞ୍ଜନ ହତ୍ୟା କରିଥିଲା l ଖବର ପାଇ ସମଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ତଦନ୍ତ କରିବାସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି l ରଞ୍ଜନ ବାରିକ ସ୍ତ୍ରୀର ଲିଖିତ ଅଭିଯୋଗ କ୍ରମେ ସମଲ ପୁଲିସ ଏକ ହତ୍ୟା ମକଦ୍ଦମା ରୁଜୁ କରିବା ସହ ଅଭିଯୁକ୍ତ ନିରଞ୍ଜନ ବାରିକକୁ ଅଟକ ରଖିଛି l
ପୁଲିସ ସୂଚନା ଅନୁସାରେ, ଉଭୟ ରଞ୍ଜନ ଓ ନିରଞ୍ଜନ ଶିପୁର ଗ୍ରାମରେ ଏକ ସେଲୁନ ଦୋକାନ ଦେଇଥିଲେ l ଶନିବାର ଦୋକାନରୁ ଫେରି ଟଙ୍କା ନେଣ ଦେଣକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ପରେ ରାତିରେ ବଡ ଭାଇ ରଞ୍ଜନ ଖାଇ ପିଇ ଶୋଇଥିଲା l ଗଣ୍ଡଗୋଳକୁ କେନ୍ଦ୍ର କରି କ୍ରୋଧରେ ସାନ ଭାଇ ନିରଞ୍ଜନକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା l ଉକ୍ତ ଘଟଣା ଅଞ୍ଚଳରେ ଗଭୀର ଆଲୋଡନ ସୃଷ୍ଟି କରିଛି l

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories