www.samajalive.in
Monday, December 8, 2025
20.1 C
Bhubaneswar

ମୁମ୍ବଇରେ ପ୍ରବଳ ବର୍ଷାରେ କାନ୍ଥ ଭୁଷୁଡିବା ଘଟଣା ; ମୃତ୍ୟୁ ସଂଖ୍ୟା ୨୦ କୁ ବୃଦ୍ଧି

ମୁମ୍ବଇ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇରେ ଶନିବାର ରାତିରୁ ହେଉଥିବା ବର୍ଷା ରବିବାର ଯାଏଁ ଜାରି ରହିବା ସହ ଏହାର ତାଣ୍ଡବ ଦେଖିବାକୁ ମିଳିଛି।ପ୍ରବଳ ବର୍ଷା କାରଣରୁ ଚେମ୍ବୁର ଅଞ୍ଚଳରେ କାନ୍ଥ ଭୁଷୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଚେମ୍ବୁର ଅଞ୍ଚଳରେ କାନ୍ଥ ଭୁଷୁଡିବାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ସେହିପରି ବିଖେରୋଲି ଅଞ୍ଚଳରେ କାନ୍ଥ ଭୁଷୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ଏଯାଏଁ ମୋଟ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ଘଟଣାସ୍ଥଳରେ ଏନଡିଆରଏଫ ଦଳ ଓ ପୁଲିସ କର୍ମୀ ଉପସ୍ଥିତ ରହିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ୧୬ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ଅନେକ ଲୋକେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ମାଟି ତଳେ ଆହୁରି ଦବି ରହିଛନ୍ତି ବୋଲି ଅନୁମାନ କରାଯାଉଛି।


ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ ଯୋଗେ କହିଛନ୍ତି, ମୁମ୍ବଇ ଚେମ୍ବୁର ଓ ବିଖେରୋଲିରେ କାନ୍ଥ ଭୁଷୁଡିବା ଘଟଣାରେ ଲୋକଙ୍କର ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରୁଛି। ମୃତକଙ୍କ ପରିବାର ପ୍ରତି ସମ୍ବେଦନ ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

- Advertisement -


ସେହିପରି ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ ଯୋଗେ କହିଛନ୍ତି, ମୁମ୍ବଇ ଚେମ୍ବୁର ଓ ବିଖେରୋଲିରେ କାନ୍ଥ ଭୁଷୁଡିବା ଘଟଣାରେ ଲୋକଙ୍କର ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମ୍ବେଦନ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସୂଚନା ଯୋଗ୍ୟ, ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇରେ ଶନିବାର ରାତିରୁ ହେଉଥିବା ବର୍ଷା ରବିବାର ଯାଏଁ ଜାରି ରହିଥିଲା। ଫଳରେ ବର୍ଷାର ତାଣ୍ଡବରେ ଚେମ୍ବୁର ଅଞ୍ଚଳରେ କାନ୍ଥ ଭୁଷୁଡି ପ୍ରଥମେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଖେରୋଲି ଅଞ୍ଚଳରେ କାନ୍ଥ ଭୁଷୁଡି ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ରାସ୍ତାରେ ଜଳ ପ୍ରବାହ ଜାରି ରହିଥିବା ବେଳେ ରେଳ ଧାରଣାରେ ଜଳ ଜମିବା ଅନେକ ସ୍ଥାନୀୟ ରେଳ ମଧ୍ୟ ବାତିଲ କରାଯାଇଛି। ଅନେକ ଅଞ୍ଚଳରେ ଲୋକଙ୍କ ଘରେ ଜଳ ପ୍ରବଶେ କରିବା ଫଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସଡକ ,ବଜାର, ରେଳ ଧାରଣାରେ ଜଳ ଜମିବା ଫଳରେ ଗମନାଗମନ ଠପ ହୋଇଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories