www.samajalive.in
Monday, December 8, 2025
27.1 C
Bhubaneswar

ଫାଶୀ ବିଳମ୍ବିତ କରିବାକୁ ନୂଆ ଚାଲ୍‌, ସୁପ୍ରିମକୋର୍ଟ ଗଲା ମୁକେଶ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀ ମୁକେଶ ଶନିବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ରାଷ୍ଟ୍ରପତି ତା’ର ରାଜକ୍ଷମା ଆବେଦନ ଖାରଜ କରିଦେଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ତେବେ ଫାଶୀକୁ ବିଳମ୍ବିତ କରିବା ଲାଗି ଏହା ମୁକେଶର ଏକ ଚାଲ୍‌ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ଆସନ୍ତା ଫେବୃୟାରୀ ୧ ତାରିଖରେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ପ୍ରଥମେ ଜାନୁୟାରୀ ୨୨ରେ ଧାର୍ଯ୍ୟ ହୋଇଥିବା ଫାଶୀ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବାବେଳେ ଏବେ ପୁଣି ଥରେ ଏହାକୁ ବିଳମ୍ବିତ କରିବା ଲାଗି ଦୋଷୀମାନେ ଗୋଟିଏ ପରେ ଗୋଟିଏ ନୂଆ ଚାଲ୍‌ ଆପଣାଉଛନ୍ତି। ପ୍ରଥମେ ୩ ଦୋଷୀ ବିନୟ, ପୱନ ଏବଂ ଅକ୍ଷୟର ଓକିଲ ସଂଶୋଧକ ଏବଂ ରାଜକ୍ଷମା ଆବେଦନ ପାଇଁ ଜେଲ୍‌ ପ୍ରଶାସନ ଆବଶ୍ୟକ କାଗଜପତ୍ର ଦେଉ ନ ଥିବା ଅଭିଯୋଗ କରି ପଟିୟାଲା କୋର୍ଟରେ ପିଟିଶନ କରିଥିଲେ। କିନ୍ତୁ ଶନିବାର ଏହା ମିଥ୍ୟା ପ୍ରମାଣିତ ହେବାରୁ କୋର୍ଟ ତାହାକୁ ଖାରଜ କରିଦେବା ପରେ ୪ର୍ଥ ଦୋଷୀ ମୁକେଶ ନୂଆ କୌଶଳର ସାହାରା ନେଇଛି। ରାଷ୍ଟ୍ରପତି ତା’ର ରାଜକ୍ଷମା ପିଟିଶନ ନାକଚ କରିଦେଇଥିବାରୁ ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories