www.samajalive.in
Monday, December 8, 2025
20.1 C
Bhubaneswar

ରାଜ୍ୟରେ ଛାତ୍ରାବାସରେ ବଢୁଛି କରୋନା ସଂକ୍ରମଣ: ଛେଣ୍ଡିପଦା ବାଲିପଟାରେ ୧୦ ଛାତ୍ରୀ, ଝୁମ୍ପୁରାରେ ୯ ଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ସମୁଦାୟ ରାଜ୍ୟରେ କୋଭିଡ ଟିକାକରଣ ସହିତ ସରକାରଙ୍କ ପକ୍ଷରୁ କୋଭିଡକୁ ନିନ୍ତୟଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଥିବାବେଳେ ସଂପ୍ରତି ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହେବା ଘଟଣା ଚିନ୍ତା ବଢାଇ ଦେଇଛି । ବିଶେଷକରି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରାବାସରୁ ଏକ ସମୟରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ନିକଟରେ ଢେଙ୍କାନାଳ ସହରର ଏକ ବେସରକାରୀ ଆବାସିକ ଶିକ୍ଷାନଷ୍ଠାନର ଛାତ୍ରାବାସରୁ ୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ସୋମବାର ଦିନ ଅନୁଗୁଳ ଜିଲା ଛେଣ୍ଡିପଦା ନିକଟ ବାଲିପଟାଠାରେ ଥିବା ଏକ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀନିବାସରୁ ୧୦ ଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଯାଜପୁର ଜିଲା ଦଶରଥପୁର ବ୍ଲକ ଝୁମ୍ପୁରାସ୍ଥିତ ଏକ ଉଚ୍ଚ ବିଦ୍ୟାଳୟର ୯ ଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ସେମାନଙ୍କ ନମୁନା ପରୀକ୍ଷାରୁ ଜଣାଯାଇଛି । ଏହି ଦୁଇ ଶିକ୍ଷାନୁଷ୍ଠାନରେ ପଢୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଉକ୍ତ ରିପୋର୍ଟକୁ ଅପେକ୍ଷା କରାଯାଉଥିବାବେଳେ ସଂକ୍ରମିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧିପାଇବା ଆଶଙ୍କା କରାଯାଉଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories