www.samajalive.in
Sunday, December 7, 2025
13.1 C
Bhubaneswar

ସାମ୍ନାକୁ ଆସିଲା ସନ୍ଦୀପ ଘୋଷର ବଡ଼ ଦୁର୍ନୀତି, ମୃତଦେହ ବ୍ୟବଚ୍ଛେଦ ଓ ଦେଖିବା ପାଇଁ ସମ୍ପର୍କୀୟଙ୍କଠାରୁ ନେଉଥିଲା ଟଙ୍କା

ସମାଜ ଡିଜିଟାଲ ଡେସ୍କ: କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆର.ଜି. କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷର ବିନା ଇସାରାରେ ମେଡିକାଲରେ ପତ୍ରଟିଏ ବି ହଲୁ ନ ଥିଲା। ଯିଏ ସନ୍ଦୀପ କଥା ମାନୁ ନ ଥିଲା, ତା’କୁ ଅନ୍ୟତ୍ର ବଦଳି ଅଥବା ଚାକିରିରୁ ବିଦା କରିଦିଆଯାଉଥିଲା। ଏପରି କି ମୃତଦେହ ଦେଖିବା ଲାଗି ଏବଂ ବ୍ୟବଚ୍ଛେଦ କରାଇବା ଲାଗି ପରିବାର ଲୋକଙ୍କଠାରୁ ଟଙ୍କା ବି ନିଆଯାଉଥିଲା। ଏଭଳି ଅଭିଯୋଗ କରିଛନ୍ତି ଶବ ସଂରକ୍ଷଣ କରି ରଖାଯାଉଥିବା ମର୍ଗର ଜଣେ ପୂର୍ବତନ କିରାଣି। ସନ୍ଦୀପ ଆଦେଶ ପାଳନ ନ କରିବାରୁ ତାଙ୍କୁ ବି ଚାକିରିରୁ ବାହାର କରିଦିଆଯାଇଥିଲା ବୋଲି କିରାଣି ଜଣକ କହିଛନ୍ତି।

ଏକ ଜାତୀୟ ସ୍ତରର ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ପୂର୍ବତନ କିରାଣି କହିଛନ୍ତି, ଯଦି କୌଣସି ରୋଗୀଙ୍କ ମୃତ୍ୟୁ ଘଟୁଥିଲା, ତା’ର ପରିବାର ଲୋକଙ୍କୁ ମୃତଦେହ ଦେଖିବା ଲାଗି ଟଙ୍କା ନିଆଯାଉଥିଲା। ମୃତଦେହ ବ୍ୟବଚ୍ଛେଦ କରାଇବା ଏବଂ ପରିବାରକୁ ହସ୍ତାନ୍ତର କରିବା ପାଇଁ ବି ଟଙ୍କା ନିଆଯାଉଥିଲା। କିଛି କର୍ମଚାରୀଙ୍କୁ ହାତ କରି ସନ୍ଦୀପ ଘୋଷ ଏହି ରାକେଟ୍‌ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଥିଲା। ଯେଉଁ କର୍ମଚାରୀ ତା’ କଥା ଶୁଣୁ ନ ଥିଲେ, ସେମାନଙ୍କୁ ବାହାର କରିଦିଆଯାଉଥିଲା। ଏହି ବେଆଇନ କାର୍ଯ୍ୟକଳାପ ବିଷୟରେ ଜଣେ କର୍ମଚାରୀ ମୁହଁ ଖୋଲିବାରୁ ତା’କୁ ବଦଳି କରି ଦିଆଯାଇଥିଲା। ସେ ନିଜେ ବି ସନ୍ଦୀପ ଆକ୍ରୋଶର ଶିକାର ହୋଇଥିବା ଗଣମାଧ୍ୟମକୁ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories