www.samajalive.in
Monday, December 8, 2025
17.1 C
Bhubaneswar

ପର୍ସରେ ସର୍ବଦା ଟଙ୍କା ରହିବା ପାଇଁ ଏହି ସରଳ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ

ଧନ ପ୍ରାପ୍ତିର ଇଚ୍ଛା ସଭିଁଙ୍କର ରହିଛି। ପ୍ରତ୍ୟେକ ଚାହିଁଥାଆନ୍ତି ତାଙ୍କ ପାଖରେ ଅର୍ଥାତ ପର୍ସରେ ସର୍ବଦା ଧନ ରହୁ। ମାତ୍ର ଏପରି କେତେକ ବ୍ୟକ୍ତି ଅଛନ୍ତି, ଯାହାଙ୍କ ନିକଟରେ ଅଧିକ ସମୟ ଯାଏଁ ପଇସା ରହିନଥାଏ। କୌଣସି ନା କୌଣସି କାରଣରୁ ଖର୍ଚ୍ଚ ହୋଇଯାଏ। ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶାସ୍ତ୍ରରେ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ ….
ଲାଲ ରଙ୍ଗର କାଗଜ –
ଗୋଟିଏ ଲାଲ ରଙ୍ଗର କାଗଜରେ ନିଜ ଇଚ୍ଛା ଲେଖି ଏହି କାଗଜକୁ ରେଶମୀ ସୂତାରେ ବାନ୍ଧି ପର୍ସରେ ରଖନ୍ତୁ। ପର୍ସରେ କେବେ ଟଙ୍କା ଖାଲି ହେବ ନାହିଁ।
ଚାଉଳ –
ଧାର୍ମିକ ଶାସ୍ତ୍ର ଅନୁଯାୟୀ, ପର୍ସରେ ଅଳ୍ପ ଚାଉଳ ରଖନ୍ତୁ। ଏପରି କରିବା ଦ୍ୱାରା ଅଯଥା ଟଙ୍କା ଖର୍ଚ୍ଚ ହୋଇନଥାଏ।
ମା’ଲକ୍ଷ୍ମୀଙ୍କ ଫଟୋ –
ନିଜ ପର୍ସରେ ବସିଥିବା ମୁଦ୍ରାରେ ମା’ଲକ୍ଷ୍ମୀଙ୍କ ଫଟୋ ନିଶ୍ଚୟ ରଖନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ସୁନା କିମ୍ବା ଚାନ୍ଦିର ଏକ ଟଙ୍କା –
ସୁନା କିମ୍ବା ଚାନ୍ଦିର ଏକ ଟଙ୍କା ପର୍ସରେ ରଖିବା ଦ୍ୱାରା ଲାଭଦାୟକ ହୋଇଥାଏ। ମା’ଲକ୍ଷ୍ମୀଙ୍କ ନିକଟରେ ଏହାକୁ ପୂଜା କରି ପର୍ସରେ ରଖନ୍ତୁ।
କାଚ –
ପର୍ସରେ ଏକ ଛୋଟ କାଚ କିମ୍ବା ଅଇନା ରଖନ୍ତୁ। ଏହା ମଧ୍ୟ ଶୁଭଫଳ ପ୍ରଦାନ କରିଥାଏ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories