www.samajalive.in
Tuesday, December 9, 2025
17.1 C
Bhubaneswar

ଗଜପତି ଜିଲ୍ଲାପାଳ, ଜିଲ୍ଲା ଦୌରାଜର୍ଜ, ଆରକ୍ଷୀ ଅଧିକ୍ଷକଙ୍କ ନୂତନ ଜେଏମ୍ଏଫସି କୋଠା ପରିଦର୍ଶନ

ମୋହନା : ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ହୋଇଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ନୂତନ କୋଠାକୁ ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଦୌରାଜର୍ଜ ବିଶ୍ଵଜିତ ଦାଶ, ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ, ମୋହନା ଜେଏମ୍ଏଫ୍ ସିର ଭାରପ୍ରାପ୍ତ ବିଚାରପତି ବନିଲ କୁମାର ଖଟେଇ, ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ସ୍ଥାନୀୟ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ରାଉଦୟଗିରି ତହସିଲଦାର ଉଦଘାଟନ ହେବାକୁ ଥିବା ନିର୍ମିତ କୋଠାକୁ ବୁଲି ଦେଖିଥିଲେ। ଅନ୍ୟାନ୍ୟ କାମଗୁଡିକୁ ଦେଖି ଖୁସିବ୍ୟକ୍ତ କରିଥିଲେ ଏବଂ ଉଦଘାଟନ ଉତ୍ସବର ପୂର୍ବ ପ୍ରସ୍ତୁତି, ଆଦାଲତର ଭିତର ଏବଂ ବାହାର ପରିବେଶ ପରିଷ୍କାର ପରିଛନ୍ନତା, ସମୟ ନିର୍ଘଣ୍ଟ ଉପରେ ଆଲୋଚ଼ନା କରିଥିଲେ । ଅଧିକାରୀମାନଙ୍କ ପରିଦର୍ଶନ ସମୟରେ ଓକିଲ ସଙ୍ଘ ସଭାପତି ସୀମାଞ୍ଚଳ କାର୍ଯୀ, ପୂର୍ବତନ ସଭାପତି ରବିନ୍ଦ୍ର କୁମାର ନାୟକ, ବରିଷ୍ଠ ଓକିଲ ରାଜେନ୍ଦ୍ର କୁମାର ନାୟକ, ଜିତେନ୍ଦ୍ର କୁମାର ରଥ, ବିଳାସ ନାୟକ, ଦୁର୍ଯ୍ୟୋଧନ କରାଡ, ପଦ୍ମନାଭ ପତି, ଶୁସାନ୍ତ କୁମାର ମଲ୍ଲିକ, ପ୍ରଭାତ ପାତ୍ର ଏବଂ ସରକାରୀ ଓକିଲ ବୈଦ୍ୟନାଥ ସିଂ, କୋର୍ଟ ନାଜିର ସୁନିଲ ପାତ୍ର, ନିହାର ରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories