www.samajalive.in
Tuesday, December 9, 2025
17.1 C
Bhubaneswar

ଚାନ୍ଦିପୁଟରେ ମଦ ବିରୋଧୀ ଆନ୍ଦୋଳନ; ତାତିଲେ ମହିଳା ଗୋଷ୍ଠୀ

ମୋହନା: ମୋହନା ବ୍ଳକ ଅନ୍ତର୍ଗତ ଚାନ୍ଦିପୁଟ ପଞ୍ଚାୟତର ବିଭିନ୍ନ ମହିଳା ଗୋଷ୍ଠୀଙ୍କ ପକ୍ଷରୁ ଚାନ୍ଦିପୁଟ ଗ୍ରାମ ସମେତ ବିଭିନ୍ନ ଅଞ୍ଚଳରେ ମଦ ବିକ୍ରିକୁ ବିରୋଧ କରି ନାରାବାଜି କରାଯାଇଛି। ପଞ୍ଚାୟତର ୧୪ ସଭ୍ୟା ଓ ବିଭିନ୍ନ ମହିଳା ସଙ୍ଗଠନ ପକ୍ଷରୁ କୁହାଯାଇଛି, ଚାନ୍ଦିପୁଟ ଏକ ଆଦର୍ଶ ପଞ୍ଚାୟତ ହୋଇଥିବା ବେଳେ ଏଠାରେ ବହୁ ବିଦ୍ୟାଳୟ, ମହାବିଦ୍ୟାଳୟ, ବ୍ୟାଙ୍କ, ଡାକ୍ତରଖାନା, ହାଟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ରହିଛି। ରାତି ପାହିଲେ ଶହଶହ ଲୋକ ବିଭିନ୍ନ କାମ ନେଇ ଏଠାକୁ ଆସିଥାନ୍ତି। କିନ୍ତୁ ପରିତାପର ବିଷୟ କିଛି ମଦ ବ୍ୟବସାୟୀ ଖୁଲମ ଖୁଲା ମଦ ବିକ୍ରି କରି ଲାଭବାନ ହେଉଛନ୍ତି। କିନ୍ତୁ ଅନ୍ୟମାନଙ୍କ ପାଇଁ ଏହା ଦୁଃଖ ଓ ଦୁର୍ଦ୍ଦଶାର କାରଣ ହେଉଛି। ପରିବାରଗୁଡିକର କିଛି ମୁରବି ଓ ଶିକ୍ଷିତ ପାଠପଢୁଆ ଯୁବକମାନେ ମଦ ପିଇ ମାତାଲ ଅବସ୍ଥାରେ ରାସ୍ତାଘାଟରେ ବୁଲୁଛନ୍ତି ଓ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ଯାହାଫଳରେ ପରିବାରରେ ଅଶାନ୍ତି ଓ ବିଭିନ୍ନ ସମସ୍ୟାର ବାତାବରଣ ଦେଖାଦେଉଛି। ଏଣୁ ପଞ୍ଚାୟତରେ ମଦବିକ୍ରିକୁ ବିରୋଧ କରି ୫୦ରୁ ଊର୍ଦ୍ଧ୍ଵ ମହିଳା ଏକତ୍ରିତ ହୋଇ ମୋହନା ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଅଭିଯୋଗପତ୍ର ପ୍ରେରଣ କରିଛନ୍ତି। ତୁରନ୍ତ ସେମାନଙ୍କ ଦାବିକୁ ପ୍ରଶାସନ ଗ୍ରହଣ କରି ଦୃଢ ପଦକ୍ଷେପ ନନେଲେ ଆଗାମୀ ଦିନରେ ଶହଶହ ମହିଳା ସଙ୍ଗଠନ ପକ୍ଷରୁ ରାଜରାସ୍ତା ଅବରୋଧ କରାଯିବ ଓ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories