ମା’ ର ଗାଳି ସହି ନପାରି ବିଷ ପିଇଲା ଝିଅ

0

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ମଳାସପଦର ଗ୍ରାମର  ଜଣେ  ବାଳିକା ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି  । ସେ ମା’ ର ଗାଳି ସହି ନପାରି ବିଷ ପିଇ ଗୁରୁତର ହୋଇଯାଇଥିଲେ । ଏହାପରେ ତାଙ୍କୁ  ବ୍ରହ୍ମପୁର ମେଡିକାଲରେ ଚିକିତ୍ସା କରାଯ।ଉଥିବା ଜଣାପଡିଛି । ପ୍ରକାଶ ଥାଉକି ମଳାସପଦର ଗ୍ରାମର ବନିଶା ବୀର ଶୁକ୍ରବାର ସକାଳ ପ୍ରାୟ ଦିନ ୧୨ଟାରେ ଘରେ ଶୋଇଥିଲେ। ମା’ କୌଣସି କାମରେ ବାହାରକୁ ଯାଇ ଘରକୁ ଫେରି ଦେଖିଲେ ଝିଅ ଘରର କୌଣସି କାମ ନ କରି ଶୋଇଥିଲା। ଏହାପରେ ସେ ଝିଅକୁ ଗାଳି ଗୁଲଜ କରିବାରୁ ଝିଅ ବାଇଗଣ ଚାଷ ପାଇଁ ରଖାଯାଇଥିବା କୀଟନାଶକ ଔଷଧ ପିଇ ଦେଇଥିଲା। ଏହାପରେ ଅବସ୍ଥା ଗୁରୁତର ହେବାରୁ ଘରଲୋକେ ଏକ ଅଟୋ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ। କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଚିକିତ୍ସା କରୁଥିବା ଚିକିତ୍ସାଧିକାରୀ ଡ. ନିବେଦିତା ପଣ୍ଡା ବ୍ରହ୍ମପୁର ମେଡିକାଲ ପଠାଇଥିବା ଜଣା ପଡିଛି। ସୂଚନା ଥାଉକି ତାଙ୍କ ପରିବାର ଅତ୍ୟନ୍ତ ଗରିବ ଥିବାରୁ ଡ. ପଣ୍ଡା ତାଙ୍କୁ ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ୧୩ ଶହ ଟଙ୍କା ସହାୟତା କରି ବ୍ରହ୍ମପୁର ପଠାଇଛନ୍ତି ।

Leave A Reply