www.samajalive.in
Monday, December 8, 2025
27.1 C
Bhubaneswar

ବାଦାମବାଡ଼ିରେ ମାତିଛନ୍ତି ବିହାରୀ ଲୁଟିଆ ଦଳ, ୪୮ ଘଣ୍ଟାରେ​୪୦ ମୋବାଇଲ ଲୁଟ୍‌

କଟକ : ବାଦାମବାଡ଼ି ଅଞ୍ଚଳରେ ବେଶ ସାଦାସିଧା ପୋଷାକ ପିନ୍ଧି ବୁଲୁଛନ୍ତି। ହିନ୍ଦୀରେ କଥାବାର୍ତ୍ତା କରୁଛନ୍ତି। ଭିଡ଼ ସ୍ଥାନକୁ ଟାର୍ଗେଟ କରୁଛନ୍ତି। ସୁଯୋଗ ଦେଖି କାହା ପକେଟରୁ ତ କାହା ବ୍ୟାଗରୁ କୌଶଳରେ ମୋବାଇଲ ଫୋନ୍‌ ଲୁଟି ନେଉଛନ୍ତି। ବାଦାମବାଡି ଅଞ୍ଚଳରେ ଏହି ବିହାରୀ ଲୁଟିଆ ଦଳ ଆତଙ୍କ ଖେଳାଇ ଦେଇଛନ୍ତି। ଦୁଇ ଦିନରେ ୪୦ରୁ ଊର୍ଦ୍ଧ୍ବ ମୋବାଇଲ ଫୋନ୍‌ ଳୁଟି ନେଲେଣି। ଏ ନେଇ ବାଦାମବାଡ଼ି ଥାନାରେ ଅଭିଯୋଗର ଫର୍ଦ ବଢ଼ିବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ବାଦାମବାଡ଼ି ଅଞ୍ଚଳର କେଶବ ମିଶ୍ର ଗତକାଲି ବସଷ୍ଟାଣ୍ଡ ନିକଟରେ ଦହିବରା ଖାଉଥିଲେ। ଉକ୍ତ ଦହିବାରା ଦୋକାନ ପାଖରେ ଭିଡ ରହିଥିଲା। ଏହାର ସୁଯୋଗ ନେଇ ଜଣେ ​‌ଅଜଣା ବ୍ୟକ୍ତି ତାଙ୍କୁ ଧକ୍କା ଦେଇଥିଲା। ସମ୍ପୃକ୍ତ ଯୁବକଙ୍କ ଧକ୍କାରେ କେଶବ ଭାରସାମ୍ୟ ହରାଇ ପଡିଥିଲେ। ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତି ତାଙ୍କ ପ୍ୟାଣ୍ଟ ପକେଟରୁ ମୋବାଇଲ ଫୋନ୍‌ ଲୁଟି ନେଇଥିଲେ। ଏ ନେଇ କେଶବ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। କେବଳ କେଶବ ନୁହନ୍ତି, ମଙ୍ଗଳବାର ଜଣେ ଯାତ୍ରୀ ବସ୍‌ରୁ ଓହ୍ଲାଉଥିଲେ। ବସ୍‌ ଗେଟରେ ଭିଡ ଥିବାରୁ ଏହାର ସୁଯୋଗ ନେଇ କେହି ତାଙ୍କ ମୋବାଇଲ ଫୋନ୍‌ ଚୋରି କରି ନେଇଥିଲା। ଦୁଇ ଦିନ ମଧ୍ୟରେ ସମାନ ଢଙ୍ଗରେ ୪୦ରୁ ଊର୍ଦ୍ଧ୍ବ ମୋବାଇଲ ଫୋନ ଚୋରି ହେଲାଣି। ଏହି ଲୁଟିଆ ଗ୍ୟାଙ୍ଗରେ ୫ରୁ ଅଧିକ ସଦସ୍ୟ ରହିଛନ୍ତି। ସେମାନେ ବସ୍‌ ଫାଟକ ସମ୍ମୁଖ, ଟିକଟ୍‌ କାଉଣ୍ଟର ଏବଂ ଦୋକାନ ସମ୍ମୁଖରେ ଭିଡ ସୃଷ୍ଟିକରି ଚତୁରତାର ସହ ମୋବାଇଲ ଓ ମନିପର୍ସ ଲୁଟି ନେଉଛନ୍ତି। ଏ ସଂକ୍ରାନ୍ତରେ ବାଦାମବାଡି ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁଙ୍କୁ ପଚାରିବାରୁ ଏଥି ପ୍ରତି ଦୃଷ୍ଟି ଦେଉଛୁ। ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ସାଦା ପୋଷାକ ଧାରି ପୁଲିସ ନିୟୋଜିତ ରହିଛନ୍ତି। ଯାତ୍ରୀମାନେ ସଚେତନ ରହିବା ଆବଶ୍ୟକ। ଯଦି କେହି ଲୁଟିଆ ଦଳ ଏପରି ଚୋରି କରୁଥାନ୍ତିତୁରନ୍ତ ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories