ମୁମ୍ବଇ : ସ୍ୱାଧୀନତା ଦିବସ ଅବସରରେ ମୁକ୍ତିଲାଭ କରିଥିଲା ଦୁଇ ଲୋକପ୍ରିୟ କଳାକାରଙ୍କ ଦୁଇଟି ଚଳଚ୍ଚିତ୍ର। ଗୋଟିଏ ହେଉଛି ଅକ୍ଷୟ କୁମାରଙ୍କ ‘ମିଶନ ମଙ୍ଗଳ’ ଏବଂ ଜନ୍ ଆବ୍ରାହମ୍ଙ୍କ ‘ବାଟ୍ଲା ହାଉସ’। ତେବେ ଜନ୍ଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ଅକ୍ଷୟ। ମୁକ୍ତିଲାଭର ମାତ୍ର ୫ ଦିନରେ ‘ମିଶନ ମଙ୍ଗଳ’ ୧୦୦ କୋଟରୁ ଅଧିକ ଆୟ କରି ରେକର୍ଡ଼ ସୃଷ୍ଟି କରିଛି। ଗୁରୁବାର ଚଳଚ୍ଚିତ୍ର ୨୯.୧୬ କୋଟି, ଶୁକ୍ରବାର ୧୭.୨୮ କୋଟି ଓ ଶନିବାର ୨୩.୫୮ କୋଟି ଟଙ୍କା ଆୟ କରିଛି। ସେହିପରି ଚତୁର୍ଥ ଦିନ ଅର୍ଥାତ୍ ରବିବାର ଚଳଚ୍ଚିତ୍ର ୨୭.୫୪ କୋଟି ଆୟ କରିଥିବା ବେଳେ ସୋମବାର ପ୍ରାୟ ୧୦ କୋଟି ଟଙ୍କାର ବ୍ୟବସାୟ କରିଛି। ଏହିପରି ଭାବେ ୫ ଦିନରେ ଚଳଚ୍ଚିତ୍ରର ଆୟ ୧୦୭.୫୬ କୋଟିରେ ପହଞ୍ଚିଛି।
ଅନ୍ୟ ପକ୍ଷରେ ଜନ୍ଙ୍କ ‘ବାଟ୍ଲା ହାଉସ୍’ ୫ ଦିନରେ ୫୪.୪୯ କୋଟି ଟଙ୍କାର ବ୍ୟବସାୟ କରିଛି। ମୁକ୍ତିଲାଭର ପ୍ରଥମ ଦିନ ଅର୍ଥାତ ଗୁରୁବାର ୧୫.୫୫ କୋଟି, ଶୁକ୍ରବାର ୮.୮୪ କୋଟି, ଶନିବାର ୧୦.୯୦ କୋଟି ଓ ରବିବାର ୧୨.୭୦ କୋଟି ଟଙ୍କା ଆୟ କରିଛି। ସେହିପରି ସୋମବାର ଚଳଚ୍ଚିତ୍ର ୬.୫୦ କୋଟି ଟଙ୍କାର ବ୍ୟବସାୟ କରିଛି। ମଧ୍ୟମ ଧରଣର ବଜେଟ୍ ଓ କମ୍ ପରଦା ପାଇବା ସତ୍ତ୍ବେ ୫ ଦିନରେ ୫୦ କୋଟିରୁ ଉର୍ଦ୍ଧ୍ବ ଆୟ କରି ‘ବାଟ୍ଲା ହାଉସ୍’ ସଫଳ ବିବେଚିତ ହୋଇଛି।
୧୦୦ କୋଟି କ୍ଲବରେ ‘ମିଶନ ମଙ୍ଗଳ’, ୫୦ କୋଟି ଟପିଲା ‘ବାଟ୍ଲା ହାଉସ’
Popular Categories



