www.samajalive.in
Monday, December 8, 2025
20.1 C
Bhubaneswar

ଭକ୍ତ ହାତରୁ କ୍ଷୀର ପିଉଛନ୍ତି ଆଣ୍ଠୁଆ ଗୋପାଳ: ଦେଖନ୍ତୁ ଭିଡିଓ..

ଭଣ୍ଡାରିପୋଖରୀ: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଖପୁରିଆପଦା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଲୌକିକ ଘଟଣା। କ୍ଷୀର ପିଉଛନ୍ତି ଆଣ୍ଠୁଆ ଗୋପାଳ। ଏହାକୁ କିଛି ଲୋକ ସହଜରେ ଗ୍ରହଣ କରି ନପାରନ୍ତି, କିନ୍ତୁ ଭିଡିଓ ଦେଖିଲେ ଯେକେହି ହତବାକ୍‌ ହୋଇଯିବ।

ସୂଚନା ଅନୁସାରେ, ଗ୍ରାମର ଅନାମ ଚରଣ ପତିଙ୍କ ଘରେ ଘଟିଛି ଏହି ଘଟଣା। ପ୍ରତ୍ୟେକ ଦିନ ପରି ସୋମବାର ପୂଜା କରିବା ସମୟରେ ଅନାମଙ୍କ ନାତିଙ୍କ ହାତରୁ କ୍ଷୀର ପିଇଥିଲେ ପିତ୍ତଳ ନିର୍ମିତ ୩ ଇଞ୍ଚର ଆଣ୍ଠୁଆ ଗୋପାଳ ମୂର୍ତ୍ତି। ଏହା ଦେଖି ସେ ନିଜେ ମଧ୍ୟ ଚମକି ପଡ଼ିଥିଲେ ଏବଂ ଘରର ଅନ୍ୟମାନଙ୍କୁ ଯାଇ କହିଥିଲେ। ଏହାପରେ ଘରଲୋକ ଆସି ଦେଖିବା ସହ ମୋବାଇଲ୍‌ରେ ଏହାର ଭିଡିଓ କରିଥିଲେ। ଘଟଣା ବିଷୟରେ ଜାଣିବା ପରେ ଅନାମଙ୍କ ଘରେ ଲୋକଙ୍କ ଭିଡ଼ ଜମିଥିଲା। କେହି କେହି ନିଜ ଆଖିକୁ ବିଶ୍ବାସ କରିପାରୁ ନଥିବା ବେଳେ ଆଉ କାହା ଆଖିରୁ ଭକ୍ତିର ଲୁହ ବାହାରି ଆସିଥିଲା। ଜଣଙ୍କ ପରେ ଜଣେ କରି ବହୁତ ଲୋକ ଆଣ୍ଠୁଆ ଗୋପାଳଙ୍କୁ ନିଜ ହାତରେ କ୍ଷୀର ପିଆଇଥିଲେ।

- Advertisement -

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories