www.samajalive.in
Tuesday, December 9, 2025
16.1 C
Bhubaneswar

ଧାର ଟଙ୍କା ନଦେବାରୁ ନାବାଳକକୁ ଅପହରଣ : ପାହାଡ଼ରୁ ଉଦ୍ଧାର, ୩ ଅପହର୍ତ୍ତା ଅଟକ

ବୁଗୁଡ଼ା : ପୁଲିସର ସମୟୋଚିତ ପଦକ୍ଷେପରୁ ଅପହୃତ ଜଣେ ନାବାଳକ ଉଦ୍ଧାର ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ୩ଜଣ ଅପହରଣକାରୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଧାର ଟଙ୍କାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି। ଦୁର୍ବୃତ୍ତମାନେ ନାବାଳକକୁ ଦିନ ଦ୍ବିପହରେ ବେକରେ ଛୁରି ଲଗାଇ ଉଠାଇ ନେଇଥିଲେ । ଘଟଣାଟି ଘଟିଛି ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଅନ୍ତରପଡା ଗ୍ରାମରେ ।
ସୂଚନା ମୁତାବକ ଭୁବନେଶ୍ୱରରେ ଦାଦନ ଖଟୁଥିବା ସନ୍ତୋଷ ଆପଟଙ୍କ ପତ୍ନୀ ରୁନୁଲତା ପ୍ରାୟ ୩ ମାସ ତଳେ ଆସିକା ଅଞ୍ଚଳର ସୁନା ବ୍ୟବସାୟୀ ନିରାକାର ଆଚାରୀଙ୍କଠାରୁ ନବେ ହଜାର ଟଙ୍କା ଧାର ଆଣିଥିଲେ । ୫ ବର୍ଷ ଭିତରେ ଲକ୍ଷେ ଟଙ୍କା ଶୁଝିବାକୁ ସ୍ଥିର ହୋଇଥିଲା। ତେବେ ୩ ମାସ ନଯାଉଣୁ ନିରାକାର ଟଙ୍କା ମାଗିବାରେ ରୁନୁ ଅସହାୟତା ପ୍ରକାଶ କରିଥିଲେ। ନିରାକାର ବାରମ୍ବାର ଫୋନ କରି ଟଙ୍କା ଦାବି କରି ଆସୁଥିଲା। ସନ୍ତୋଷ ଓ ରୁନୁ ଭୁବନେଶ୍ୱରରେ ରହୁଥିବା ବେଳେ ତାଙ୍କର ନାବାଳକ ପୁଅ ୧୫ ଦିନ ତଳେ ଅନ୍ତରପଡାକୁ ଆସି ଜେଜେବାପାଙ୍କ ପାଖରେ ରହୁଥିଲେ। ଗତକାଲି ମାଧ୍ୟାହ୍ନରେ ୨ଟି ମୋଟରସାଇକଲରେ ୩ ଜଣ ଅନ୍ତରପଡା ଗାଁରେ ପହଞ୍ଚି ଥିଲେ । ନାବାଳକଙ୍କ ଜେଜେଙ୍କ ଘରେ ପଶି ଛୁରି ଦେଖାଇ ନାବାଳକ ରାଜେଶ (୧୭ )କୁ ଦିନ ପ୍ରାୟ ସାଢେ ଗୋଟାଏ ସମୟରେ ଉଠାଇ ନେଇଥିଲେ । ରାଜେଶ ଚିତ୍କାର କରିବାରୁ ଗ୍ରାମର ସୂର୍ଯ୍ୟ ପ୍ରଧାନ ଓ ଜଟି ଆପଟ ସମେତ ୫ ଜଣ ଯୁବକ ୨ଟି ମୋଟରସାଇକଲରେ ସେମାନଙ୍କୁ ପିଛା କରିଥିଲେ। ଗହଙ୍ଗୁ ରାସ୍ତାରେ କେନ୍ଦୁପଦର ପର୍ଯ୍ୟନ୍ତ ଗୋଡ଼ାଇ ଥିଲେ ମଧ୍ୟ ସେମାନଙ୍କୁ ନପାଇ ଫେରି ଆସି ବାଲିପଦର ଫାଣ୍ଡିରେ ଖବର ଦେଇଥିଲେ। ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସଦଳବଳେ ଆସିକାରେ ପହଞ୍ଚି ନିରାକାରଙ୍କ ଘରୁ ତାଙ୍କ ପତ୍ନୀ ଓ ପୁଅକୁ ଆସିକା ଥାନାକୁ ଉଠାଇ ଆଣିଥିଲେ । ଆସିକା ହୋଣ୍ଡା ସୋ ରୁମରୁ ମଧ୍ୟ ଆଉ ଜଣକୁ ଉଠାଇ ଆଣି ପଚରାଉଚରା ଆରମ୍ଭ କରିଥିଲେ । ପୁଲିସ ନିରାକାର ସହ ଯୋଗାଯୋଗ କରି ବାକି ଟଙ୍କା ଦିଆଯିବ କହି ଆସିକାଥାନାକୁ ଡକାଇଥିଲେ। ନିରାକାର ଥାନାରେ ପହଞ୍ଚିବା ପରେ ତା’ର ସୂଚନା ଅନୁସାରେ ଝଗଡେଇ ପାହାଡ଼ ତ୍ରିନାଥ ମନ୍ଦିରରୁ ଅପରାହ୍ନ ସାଢେ ପାଞ୍ଚଟା ବେଳେ ରାଜେଶକୁ ଉଦ୍ଧାର କରାଯିବା ସହ ତାକୁ ଜଗି ରହିଥିବା କାଳୁକୁ ମଧ୍ୟ ଧରି ଆଣିଥିଲେ । ପୁଲିସ ଏ ନେଇ ୪୧୬ /୨୧ ରେ ଏକ ମାମଲା ରୁଜୁ କରି ନିରାକାର, ପବିତ୍ର ଓ କାଳୁକୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories