www.samajalive.in
Sunday, December 7, 2025
14.1 C
Bhubaneswar

ପଟ୍ଟାମୁଣ୍ଡାଇ ମିନିଷ୍ଟାଡିୟମ ଶିଳାନ୍ୟାସ, ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର: ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏବଂ ରାଜ୍ୟ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି , କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ୨ ଦିନିଆ କେନ୍ଦ୍ରାପଡା ଜିଲା ଗସ୍ତରେ ଯାଇଛନ୍ତି। ସେମାନେ ଆଜି କ୍ରୀଡା ଏବଂ ଜଳସମ୍ପଦ ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।
ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା କେନ୍ଦ୍ରାପଡାର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରିଥିଲେ। ଏହାପରେ ଜଣ୍ଟିଲୋ ଡାକ ବଙ୍ଗଳାଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ମନ୍ତ୍ରୀ ରଘୁନନ୍ଦନ ଦାସ ଓ ସ୍ଥାନୀୟ ବିଧାୟକମାନଙ୍କ ସହିତ ଯୋଗଦେଇ ଜିଲ୍ଲାର କ୍ରୀଡା ଭିତ୍ତିଭୂମି, ଖେଳ ପଡିଆର ଉନ୍ନତିକରଣ , ମିନିଷ୍ଟାଡିୟମ ନିର୍ମାଣର ଅଗ୍ରଗତି ପ୍ରସଙ୍ଗରେ ସମୀକ୍ଷା କରିଥିଲେ। କେନ୍ଦ୍ରାପଡା ଜିଲାରେ କ୍ରୀଡାର ସାମଗ୍ରିକ ବିକାଶ ସହିତ ଜିଲାର ନାମ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସଦାସର୍ବଦା ବଜାୟ ରଖିବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କ୍ରୀଡା ପ୍ରତିଭାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା ପୂରଣ ଦିଗରେ କି କି ପଦକ୍ଷେପ ନିଆଯାଇପାରିବ, ସେ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ବେହେରା ଆଲୋଚନା କରିଥିଲେ।
ସେହିପରି କୋଭିଡ୍-୧୯ କଟକଣା ଲାଗୁ ହେତୁ ଅଗ୍ରଗତି ହୋଇପାରିନଥିବା ନିର୍ମାଣାଧିନ ପ୍ରକଳ୍ପଗୁଡିକୁ କଟକଣା ହଟିବା ପରେ ଶୀଘ୍ର ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ବେହେରା ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। କେନ୍ଦ୍ରାପଡା ଜିଲାର କ୍ରୀଡା ଜଗତରେ ବେଶ୍ ଖ୍ୟାତି ଥିବାରୁ ଏହାକୁ କ୍ରୀଡା ହବ୍ରେ ପରିଣତ କରିବା, ଏହି ଜିଲ୍ଲାରୁ ଯେପରି ଅଧିକରୁ ଅଧିକ କ୍ରୀଡାବିତ୍ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବେ, ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ମନ୍ତ୍ରୀ ବେହେରା ପ୍ରକାଶ କରିଥିଲେ। କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧୃବଚରଣ ସାହୁ, ଦଶପଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲା ପରିଷଦ ସଭାପତି ମାନସ କୁମାର ପରିଡାଙ୍କ ସମେତ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ରାଉତ, ଉପ ଜିଲାପାଳ ଜ୍ୟୋତିଶଙ୍କର ମହାପାତ୍ର , ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଅପରାହ୍ଣରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସହିତ କ୍ଷେତ୍ର ପରିଦର୍ଶନରେ ବାହାରି ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଅନ୍ତର୍ଗତ କଷଣଅଣ୍ଟାଠାରେ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ମିନିଷ୍ଟାଡିୟମର ଶିଳାନ୍ୟାସ କରିଥିଲେ । ମନ୍ତ୍ରୀ ଦ୍ୱୟଙ୍କ ସହ ଉପରୋକ୍ତ ବିଧାୟକବୃନ୍ଦ, କେନ୍ଦ୍ରାପଡା ଜିଲା ଯୁବ ବିଜେଡି ସଭାପତି ରାଜେଶ ବେହେରା, କର୍ମକର୍ତା ରାଜେନ୍ଦ୍ର ପଣ୍ଡା , କେନ୍ଦ୍ରାପଡା ପୌରସଂସ୍ଥା ଅଧିକାରୀ ଧୀରେନ୍ କୁମାର ସାହୁ, ପୂର୍ବତନ ଚେୟାରମ୍ୟାନ ଦେବଦାସ ମହାନ୍ତି, ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ଶନିବାର ଦିନ ଉଭୟ ମନ୍ତ୍ରୀ ଜିଲାର ଭିତରକନିକା ଓ ଡାଙ୍ଗମାଳ ଅଞ୍ଚଳ ବୁଲି ଦେଖିବା ସହ ରାଜନଗର ନିର୍ବାଚନ ମଣ୍ଡଳୀର କ୍ରୀଡା ଭିତ୍ତିଭୂମି ଉନ୍ନୟନ ଓ ଜଳସଂପଦ ବିଭାଗୀୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ରାଜନଗର ଡାକବଙ୍ଗଳାଠାରେ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories