www.samajalive.in
Monday, December 8, 2025
27.1 C
Bhubaneswar

ଏକାଠି ପିଅନ୍ତୁ କ୍ଷୀର ଓ ଘିଅ ; ଚମକିବ ତ୍ୱଚା , ମିଳିବ ଅନେକ ଲାଭ

କ୍ଷୀର ଓ ଘିଅର ଏକାଠି ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ମିଳିଥାଏ। କ୍ଷୀର ଓ ଘିଅ ଅନେକ ପୋଷକ ତତ୍ତ୍ୱର ଗୁଣରେ ଭରପୁର। ମାତ୍ର ଉଭୟଙ୍କୁ ଏକାଠି ସେବନ କରିବା ଦ୍ୱାରା ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ଦ୍ୱିଗୁଣିତ ହୋଇଯାଏ। ଘିଅରେ ଭରପୁର ମାତ୍ରାରେ ଭିଟାମିନ ଏ ଓ କେ,ପ୍ରୋଟିନ ଓ ଆଣ୍ଟି-ଅକ୍ସିଡାଣ୍ଟ ଭଳି ପୋଷକ ତତ୍ତ୍ୱ ରହିଛି। ସେହିଭଳି କ୍ଷୀରରେ ଭିଟାମିନ ଡି, ପ୍ରୋଟିନ,କ୍ୟାଲସିୟମ ଆଦି ଭରପୁର ମାତ୍ରାରେ ରହିଛି। ଆୟୁର୍ବେଦରେ ମଧ୍ୟ ଏହାର ଉପକାରିତା ବିଷୟରେ ବର୍ଣ୍ଣନା କରାଯାଇଛି।
ଏହାକୁ ସେବନ କରିବା ଦ୍ୱାରା ଶରୀର ଭିତରେ ପାଚନ ଏନଜାଇମ୍‍ର ଶକ୍ତିକୁ ଆହୁରି ବଢାଇଥାଏ। ଫଳରେ ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ଖାଦ୍ୟ ଭଲ ଭାବେ ହଜମ କରିଥାଏ।
ଘିଅ ମାନସିକ ଦୁଶ୍ଚିନ୍ତାକୁ ଦୂର କରିବା ସହ ମନ, ମସ୍ତିଷ୍କକୁ ସୁସ୍ଥ ଓ ଶାନ୍ତ ରଖିଥାଏ। ଉତ୍ତମ ନିଦ ହେବା ସହ ଅନିଦ୍ରା ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଆପଣଙ୍କର ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଓ ଶରୀରରେ ଯନ୍ତ୍ରଣା ହେଉଥିଲେ ନିୟମିତ ଭାବେ ଏହାର ସେବନ କରନ୍ତୁ। କ୍ଷୀରରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିବା ସହ ଘିଅରେ ଭିଟାମିନ ପ୍ରଚୁର ମାତ୍ରାରେ ରହିଛି। ଏହା ହାଡକୁ ସୁସ୍ଥ ରଖି ମଜଭୂତ କରିବା ସହ ଯନ୍ତ୍ରଣା ଦୂର କରିଥାଏ। କ୍ଷୀରରେ ଘିଅ ମିଶାଇ ପିଇବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ।
ଘିଅ ଓ କ୍ଷୀର ଉଭୟ ପ୍ରାକୃତିକ ମଶ୍ଚୁରାଇଜର। ଏହା ତ୍ୱଚାକୁ ସୁସ୍ଥ ରଖିବା ସହ ଚମକ ବୃଦ୍ଧି କରିଥାଏ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଏହାକୁ ମିଶାଇ ଏକାଠି ପିଇବା ଦ୍ୱାରା ତ୍ୱଚା ବେଶ ନରମ,ଗୋରା ଉଜ୍ଜ୍ୱଳ କରିଥାଏ।
ନିୟମିତ ରାତିରେ ଏହାକୁ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ସହ ଶରୀରର ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ।

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories