www.samajalive.in
Sunday, December 7, 2025
16.1 C
Bhubaneswar

ସାମଗ୍ରିକ ଗୋଷ୍ଠୀ ବିକାଶରେ ସହାୟକ ହେଉଛି କ୍ଷୁଦ୍ର ଋଣ ଯୋଜନା

ନୂଆଦିଲ୍ଲୀ: ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମାଇକ୍ରୋଫାଇନାନ୍ସ ଶିଳ୍ପ ନିମ୍ନ ଆୟକାରୀ ଏବଂ ସେବାରୁ ବଂଚିତ ମହିଳା ଗୋଷ୍ଠୀଗୁଡିକୁ ବନ୍ଧକ ମୁକ୍ତ ସହଜ ଋଣ ଯୋଗାଇଦେଇ ସେମାନଙ୍କୁ ସହାୟତା କରୁଛି । ଜଣେ ଋଣ ଗ୍ରହୀତାଙ୍କ ନିକଟରେ ଜଟିଳ ସମୟରେ ମାଇକ୍ରୋଫାଇନାନ୍ସ ଶିଳ୍ପ କିଭଳି ମଜଭୁତ ଖୁଣ୍ଟ ହୋଇ ଛିଡା ହୋଇଥାଏ ଏବଂ ବିବିଧ ପ୍ରୟାସ ଜରିଆରେ ଏହା କିଭଳି ସ୍ଥାନୀୟ ସମୁଦାୟଙ୍କର ସାମଗ୍ରିକ ବିକାଶରେ ସହାୟତା କରିଥାଏ ତାହା ଖୁବ କମ୍‍ ଲୋକ ଜାଣନ୍ତି । ମହିଳାମାନଙ୍କର କୁଶଳତା ଏବଂ ଗ୍ରାମାଞ୍ଚଳ ଜନସାଧାରଣଙ୍କ ପିଲାମାନଙ୍କର ଶିକ୍ଷାର ବିକାଶ କ୍ଷେତ୍ରରେ ମାଇକ୍ରୋଫାଇନାନ୍ସ ଶିଳ୍ପ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି ଏବଂ ତତ୍‍ସହିତ ଭିତ୍ତିଭୂମି ବିକାଶ ଦିଗରେ ନିରଳସ ଭାବରେ କାର୍ଯ୍ୟ କରୁଛି ।
ନୋର୍ଡିକ ମାଇକ୍ରୋଫାଇନାନ୍ସ ଇନିସିଏଟିଭ ସହିତ ମିଶି ସାଟିନ କ୍ରେଡିଟକେୟାର ଓଡ଼ିଶା, ପଞ୍ଜାବ ଏବଂ ପଶ୍ଚିମବଙ୍ଗରେ ଛଅଟି ‘ମହିଳା ଆର୍ଥିକ ସଶକ୍ତିକରଣ କର୍ମଶାଳା’ ଆୟୋଜନ କରିଥିଲା । ଯେଉଁଥିରେ ବହୁବିଧ ସରକାରୀ ଜୀବିକା ପ୍ରୋତ୍ସାହନ ଏବଂ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ, ଆର୍ଥିକ ଦୃଷ୍ଟିରୁ ସାକ୍ଷର ହେବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି କର୍ମଶାଳାଗୁଡିକରେ ୬୦୦ରୁ ନେତୃତ୍ୱ ଅଂଶଗ୍ରହଣ କରିଥିଲେ । ଫ୍ୟୁଜନ ମାଇକ୍ରୋଫାଇନାନ୍ସ ୧୭ଟି ରାଜ୍ୟରେ ୪୦୦ ବ୍ୟକ୍ତିବିଶେଷ, ୪ ପିଡବ୍ଲୁଡି, ୫ ଆଶା କର୍ମୀ ଏବଂ ୪୩ ଆଦିବାସୀ ମହିଳାଙ୍କୁ ଫେସମାସ୍କ ଉତ୍ପାଦନ ଜରିଆରେ ଜୀବିକା ଉପାର୍ଜନ ସୁଯୋଗ ଯୋଗାଇ ଦେଇଥିଲା । ଯେଉଁଥିରେ ସେମାନେ ମୋଟ ୨ ଲକ୍ଷ ଫେସମାସ୍କ ପ୍ରସ୍ତୁତ କରି ୧୬,୩୦,୦୦୦ ଟଙ୍କା ଉପାର୍ଜନ କରିଥିଲେ ।
ନୁକ୍କଡ ପାଠଶାଳା ଜରିଆରେ ନିୟୁ ଅପର୍ଚୁନିଟି କନସଲଟାନ୍ସି (ଏନଓସିପିଏଲ) ତାମିଲନାଡୁର ଅନେକ ଗ୍ରାମରେ ଜ୍ଞାନ ଆହରଣ କେନ୍ଦ୍ର ସ୍ଥାପନ କରିଛି ଏବଂ ଏହାଦ୍ୱାରା ୧୩୦୦ ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରାଇପାରିଛି, ଯେଉଁଠାରେ ଏହି ଅନିଶ୍ଚିତ ସମୟରେ ଶିକ୍ଷା ଆହରଣ ସ୍ତରରେ ବୃଦ୍ଧିକୁ ସୁନିଶ୍ଚିତ କରିବାକୁ ନିୟମିତ ଭାବରେ ମୂଲ୍ୟାୟନ କରାଯାଉଥିଲା । ବେଙ୍ଗାଲୁରୁରେ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ସକାଶେ ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଦେବନାହଲି ଜିଲାର ୨୫ଟି ଗ୍ରାମର ୭୫୦ରୁ ଅଧିକ ପିଲାଙ୍କୁ ଶିକ୍ଷା ଯୋଗାଇ ଦେଉଥିବା ପାଞ୍ଚଟି ସରକାରୀ ବିଦ୍ୟାଳୟକୁ ୫୦ଟି ଲାପଟପ ଯୋଗାଇ ଦିଆଯାଇଛି । ଜାଗରଣ ମାଇକ୍ରୋଫିନ୍‍ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଋଣ ଗ୍ରହୀତାଙ୍କ ପିଲାମାନଙ୍କ ନିମନ୍ତେ ଏକ ସାର୍ବଜନୀତ ବୃତ୍ତି କାର୍ଯ୍ୟକ୍ରମ ପ୍ରଚଳନ କରିଛି । ପୁନଶ୍ଚ ‘କନ୍ୟା ସନ୍ତାନ’ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଋଣ ଗ୍ରହୀତାଙ୍କ କନ୍ୟା ସନ୍ତାନଙ୍କୁ ମେଧାବୃତ୍ତି ଯୋଗାଇ ଦିଆଯାଇଛି । ଅଧିକାଂଶ ବିଦ୍ୟାଳୟ ଅନ୍‍ଲାଇନରେ ଶିକ୍ଷାଦାନ କରୁଥିବାରୁ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ପରିବର୍ତ୍ତେ ନୂଆ କପଡା ଆବଣ୍ଟନ କରାଯାଇଥିଲା ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories