www.samajalive.in
Monday, December 8, 2025
20.1 C
Bhubaneswar

ଦେଶର ସବୁଠାରୁ ଶସ୍ତା ଇ-କାର୍, ଆସିଲା ନୂଆ ମଡେଲ

ନୂଆଦିଲ୍ଲୀ : ଭାରତର ସବୁଠାରୁ ଶସ୍ତା ୪ ସିଟର ଇଲେକ୍ଟ୍ରିକ୍ କାର୍ ଏମଜି କମେଟର ବ୍ଲାକଷ୍ଟର୍ମ ଏଡିଶନ୍ ମାର୍କେଟକୁ ଆସିଯାଇଛି । କମ୍ପାନୀ ଏହି କାରର ଦାମ୍ ୭.୮୦ ଲକ୍ଷ ଟଙ୍କା ଏକ୍ସ-ଶୋରୁମ୍ ଦାମ୍ ରଖିଛି । କମ୍ପାନୀ ଏହି କାରରେ ୨.୫୦ ଟଙ୍କା ପ୍ରତି କିଲୋମିଟର ଅନୁସାରେ ବ୍ୟାଟେରୀ ମଧ୍ୟ ଭଡାରେ ଦେଉଛି । ଏମଜି ନିଜ ଏହି ନୂଆ ମଡେଲର ଏକ୍ସଟିରିୟର ଓ ଇଣ୍ଟିରିୟରକୁ ବ୍ଲାକ୍ ଥିମ୍ ଦେଇଛି । ଏହାର ଡିଜାଇନକୁ ରେଡ୍ ଆସେଣ୍ଟ୍ସ ସହ ମ୍ୟାଚ୍ କରିବାକୁ ଚେଷ୍ଟା କରାଯାଇଛି । ଯଦି ଆପଣ ଏହି କାରକୁ ବୁକ୍ କରିବାକୁ ଚାହୁଁଛନ୍ତି ତେବେ ୧୧ ହଜାର ଟଙ୍କାର ବୁକିଂ ଆମାଉଣ୍ଟ ଦେଇ ଏହାକୁ ବୁକ୍ କରିପାରିବେ ।

ଏମଜି କମେଟ୍ ଇଭିର ଏହି ବ୍ଲାକଷ୍ଟର୍ମ ଏଡିଶନ ମ୍ୟାକନିକି ଷ୍ଟାଣ୍ଡାର୍ଡ ମଡେଲ ଭଳି ଡିଜାଇନ୍ କରାଯାଇଛି । ଏହି ଗାଡିରେ ୧୭.୩ କେଡବ୍ଲୁଏଚର ବ୍ୟାଟେରୀ ପ୍ୟାକ୍ ଦିଆଯାଇଛି । ଏହାର ଇଲେକ୍ଟ୍ରିକ୍ ମୋଟର ୪୨ ଏଚପିର ପାଓ୍ବର ଜେନେରେଟ୍ କରିଥାଏ ଓ ୧୧୦ ଏନଏମର ଟର୍କ ଉତ୍ପନ କରିଥାଏ । ଥରେ ଚାର୍ଜ କଲେ ଏଥିରେ ୨୩୦ କିଲୋମିଟର ଯାତ୍ରା କରିହେବ । କମ୍ପାନୀ ପ୍ରଥମ ଥର କୌଣସି ଇ-କାରରେ ବ୍ଲାକଷ୍ଟର୍ମ ଏଡିଶନ୍ ଦେଉଛି ।

- Advertisement -

ଏଥିରେ ଡୁଆଲ ୧୦.୨୫ ଇଞ୍ଚର ସ୍କ୍ରିନର ବିକଳ୍ପ ମିଳିବ । ଏଥିରେ ଏକ ସ୍କ୍ରିନ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଓ ଅନ୍ୟଟି ଟଚସ୍କ୍ରିନ୍ ଇନଫୋଟେଣ୍ଟମେଣ୍ଟ ସିଷ୍ଟମ ପାଇଁ ଦିଆଯାଇଛି । ଗାଡିରେ ଓ୍ବେୟାରଲେସ୍ ଆଣ୍ଡ୍ରଏଡ୍ ଅଟୋ ଓ ଆପଲ କାରପ୍ଲେ ପାଇଁ ଫିଚର୍ସ ମିଳିଯିବ । ସେଫ୍ଟି ପାଇଁ କାରରେ ରିୟର ପାର୍କିଂ କ୍ୟାମେରା ଓ ୨ଟି ଏୟାରବ୍ୟାଗ୍ସ ମିଳିବ । ମାତ୍ର ୧୧ ହଜାର ଟଙ୍କା ଦେଇ ଏହାକୁ ବୁକ୍ କରିପାରିବେ ଗ୍ରାହକ ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories