www.samajalive.in
Tuesday, December 9, 2025
16.1 C
Bhubaneswar

୧୧ଜିଲାକୁ କୁହୁଡ଼ି ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର : ଉପକୂଳ ଓଡ଼ିଶାରେ କିଛି ଦିନ ଧରି ସର୍ବନିମ୍ନ ତାପମାତ୍ରା ବି​‌ଶେଷ ତଳକୁ ଖସୁ ନଥିଲେ ହେଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଥଣ୍ଡା ଲାଗିରହିଛି। ଉପକୂଳରେ ୧୫ ଡ଼ିଗ୍ରୀ ମଧ୍ୟରେ ସୀମିତ ରହୁଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ  ପାରଦ ପ୍ରାୟ ୧୪ ଡ଼ିଗ୍ରୀ ତଳେ ରହୁଛି। ଗତ ୨୪ଘଣ୍ଟାରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିଛି। ରାଜ୍ୟର ସବୁଠୁ କମ ତାପମାତ୍ରା ୮.୫ଡ଼ିଗ୍ରୀ ରେକର୍ଡ଼ ହୋଇଛି ଫୁଲବାଣୀରେ। ସୋନପୁରରେ ପାରଦ ୮.୮ଡ଼ିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ିରେ ୯ ଓ ଅନୁଗୋଳରେ ୧୦.୬ଡ଼ିଗ୍ରୀ ରହିଛି। ଭବାନିପାଟଣାରେ ୧୧ରୁ ୧୨ ଡ଼ିଗ୍ରୀ ମଧ୍ୟରେ ଥିବାବେଳେ ଝାରସୁଗୁଡ଼ା, ସୁନ୍ଦରଗଡ଼, ତାଳଚେର, ବଲାଙ୍ଗୀର, ମାଲକାନଗିରି ଓ ବୌଦ୍ଧରେ ୧୩ରୁ ୧୪ ଡ଼ିଗ୍ରୀ ମଧ୍ୟରେ ଥିବା ରେକର୍ଡ଼ କରାଯାଇଛି।

ରାଜ୍ୟର ୧୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡ଼ିଗ୍ରୀ ତଳେ ରହିଛି। ସର୍ବନିମ୍ନ ତାପମାତ୍ରାରେ ସପ୍ତାହକ ଭିତରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ମଙ୍ଗଳବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବୌଦ୍ଧ, ସୋନପୁର, ବରଗଡ଼ ଓ ନୟାଗଡ଼ରେ ଘନ କୁହୁଡ଼ି ଅନୁଭୂତ ହେବ। ଏଥିନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କୁହୁଡ଼ି ଯୋଗୁଁ ଯାନବହନ ଚଳାଚଳ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ତେଣୁ ଜାତୀୟ ରାଜପଥରେ ଏହି ସମୟରେ ଯାନବାହନ ଚଳାଚଳ ଉପରେ ସତର୍କ ସୃଷ୍ଟି ରଖିବା ଓ ଆବଶ୍ୟକ ସ୍ଥଳେ ଚଳାଚଳ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପୁଲିସ ଓ ପରିବହନ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories