www.samajalive.in
Tuesday, December 9, 2025
17.1 C
Bhubaneswar

ଜମ୍ମୁ କାଶ୍ମୀରରେ କେନ୍ଦ୍ର ସରକାରଙ୍କ ବୃହତ ଜନସମ୍ପର୍କ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଜମ୍ମୁ କାଶ୍ମୀର ପାଇଁ ଏକ ବୃହତ ଜନସମ୍ପର୍କ କାର୍ଯ୍ୟକ୍ରମ ଶୁକ୍ରବାର ପବିତ୍ର ଗଣେଶ ଚତୁର୍ଥୀରୁ ଆରମ୍ଭ ହୋଇଛି। ଏଥିରେ କେନ୍ଦ୍ରର ୭୦ ଜଣ ମନ୍ତ୍ରୀ ବିଭିନ୍ନ ପର୍ଯ୍ୟାୟରେ ଜମ୍ମୁ କାଶ୍ମୀର ଗସ୍ତ କରିବେ। ଆଗାମୀ ନଅ ସପ୍ତାହ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ପ୍ରତି ସପ୍ତାହରେ ୮ ଜଣ କେନ୍ଦ୍ରମନ୍ତ୍ରୀ ଗସ୍ତ କରିବେ। ସେମାନଙ୍କ ମଧ୍ୟରୁ ଜମ୍ମୁ ଓ କାଶ୍ମୀର ଡିଭିଜନକୁ ଚାରିଜଣ ଲେଖାଏଁ ମନ୍ତ୍ରୀ ଯିବେ। ଏହି ଅବସରରେ ସେମାନେ ସେଠାକାର ଜନସାଧାରଣଙ୍କ ସହିତ ସିଧାସଳଖ ମତ ବିନିମୟ କରିବେ। ତାହାସହିତ ସ୍ଥାନୀୟ ପ୍ରଶାସନ, ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ଜନ ପ୍ରତିନିଧିଙ୍କ ସହିତ ସେମାନେ ଆଲୋଚନା କରି ସେମାନେ କେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେ ସମ୍ପର୍କରେ ଅବଗତ ହେବେ।

ଯଦି ସେମାନଙ୍କ ନିକଟରେ ଉପସ୍ଥାପନ କରାଯାଉଥିବା ସମସ୍ୟାର ସମାଧାନ ସେମାନଙ୍କ କ୍ଷମତା ଅଥବା ଦାୟିତ୍ୱ ପରିସର ବାହାରେ ହୋଇଥିବ, ତେବେ ସେମାନେ ସେ ସମ୍ପର୍କରେ ଏକ ପୂର୍ଣ୍ଣାଙ୍ଗ ରିପୋଟଁ ପ୍ରସ୍ତୁତ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଅବଗତ କରାଇବେ। ଏଭଳି ଏକ କାର୍ଯ୍ୟକ୍ରମ ଦ୍ୱିତୀୟ ଥର ପାଇଁ ଆୟୋଜନ କରାଯାଉଛି। ଏହା ମୂଳତଃ ଜୁଲାଇ ଓ ଅଗଷ୍ଟ ମାସରେ ଆୟୋଜନ ହେବାର ଥିଲା। କିନ୍ତୁ ସଂସଦର ମୌସୁମୀ ଅଧିବେଶନ ଏବଂ ସ୍ୱାଧୀନତାର ୭୫ ବର୍ଷ ପାଳନ ନିମନ୍ତେ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ଏହି ଜନସମ୍ପର୍କ ଅଭିଯାନ ପୂର୍ବରୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ତାଙ୍କର ଦୁଇ ରାଷ୍ଟ୍ରମନ୍ତ୍ରୀ କୈଳାସ ଚୋଧରୀ ଓ ଶୋଭନା କାରାଣ୍ଡଲାଜି ଗୁରୁବାର ଜମ୍ମୁ ଓ କାଶ୍ମୀର ଗସ୍ତ କରି କୃଷକ, କୃଷି ବୈଜ୍ଞାନିକ ଏବଂ ଅନ୍ୟ ସହଭାଗୀମାନଙ୍କ ସହିତ ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ଏବଂ ନୀତି ସମ୍ପର୍କରେ ଆଲୋଚନା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories