www.samajalive.in
Tuesday, December 9, 2025
16.1 C
Bhubaneswar

ଇଟାଲୀ ଗାଁରେ ରହିବାକୁ ମେୟର୍ ଦେବେ ୩୮ଲକ୍ଷ ଟଙ୍କା !

କେଉଁ ପ୍ରାନ୍ତରେ ଜନସଂଖ୍ୟା ବଢ଼ିଚାଲିଥିବାବେଳେ ଅନ୍ୟ କେଉଁଠି ଜନବିରଳ ସମସ୍ୟା। ପାଶ୍ଚାତ୍ୟ ରାଷ୍ଟ୍ର ଇଉରୋପ, ଆମେରିକାରେ ଲୋକସଂଖ୍ୟା ସେଭଳି ଅଧିକ ନୁହେଁ। ସେଠା ଗାଁଗଣ୍ଡାରେ କ୍ରମଶଃ ଜନସଂଖ୍ୟା କମ୍ ହେଉଥିବାର ସର୍ବେକ୍ଷଣରୁ ଜଣାପଡ଼ିଛି। ସେଇ ସମାନ ସମସ୍ୟାର ସମ୍ମୁଖୀନ ଏବେ ଇଟାଲୀର ଏକ ଗ୍ରାମ ସାଣ୍ଟୋ ଷ୍ଟିଫାନୋ ଡି ସେନାନିଓ। ଗାଁରେ ପ୍ରତିବର୍ଷ ପର୍ଯ୍ୟଟକ ଆସୁଥିବାବେଳେ ଜନସଂଖ୍ୟା ଏ​‌ବେ ମୋଟ୍ ୧୧୫ ଜଣ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଗାଁରେ ରହିବାକୁ ଲୋକେ ଆଉ ଚାହୁଁନାହାନ୍ତି। ସହରର ଚାକଚକ୍ୟରେ ଯୁବପିଢ଼ି ରହୁଥିବାବେଳେ ଗାଁରେ ଅଧିକାଂଶ ବୟସ୍କ ଲୋକେ ହିଁ ରହୁଛନ୍ତି।

ସ୍ଥାନୀୟ ମେୟର ଯୁବବର୍ଗଙ୍କ ସହର ଅଭିଯାନ ଦେଖି ଚିନ୍ତାରେ। ଏବେଠାରୁ ସେ ପଦ​‌କ୍ଷେପ ନ ନେଲେ ଆଗାମୀ ଦିନରେ ଗ୍ରାମ ଜନଶୂନ୍ୟ ହେବାର ଭୟ ଦେଖାଗଲାଣି। ମେୟର ଏବେ ଘୋଷଣା କରିଛନ୍ତି ଇଟାଲୀର ଅନ୍ୟ ପ୍ରାନ୍ତରେ ରହୁଥିବା ନାଗରିକ ଏଇ ଗ୍ରାମରେ ରହିପାରିବେ। ତା’ ସହ ସେଠା ପ୍ରଶାସନ ସେମାନଙ୍କୁ ୩୮ଲକ୍ଷ ଟଙ୍କା ଦେବ। ଗ୍ରାମରେ ଆସି ରହିବା ପରେ ସେହି ବ୍ୟକ୍ତିକୁ କୌଣସି ବ୍ୟବସାୟ କରିବାର ସୁବିଧା ମିଳିବ। ୪୦ ବର୍ଷରୁ କମ୍ ବୟସର ଲୋକ ହିଁ ଆବେଦନ କରିପାରିବେ। ନଭେମ୍ବର ୧୫ ପର୍ଯ୍ୟନ୍ତ ଆବେଦନର ସୁବିଧା ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧,୫୦୦ ଲୋକ ଇଚ୍ଛୁକ ପ୍ରାର୍ଥୀ ବୋଲି ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories