www.samajalive.in
Monday, December 8, 2025
27.1 C
Bhubaneswar

ନୂଆଦିଲ୍ଲୀରେ ୯ମ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ପାଳିତ

ନୂଆଦିଲ୍ଲୀ : ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତାର ଘୋଷଣା ଦିବସ ଓ ବିଶ୍ବ ମାତୃଭାଷା ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଆନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀର ନବମ ସଂସ୍କରଣ; ଲ୍ୟାଙ୍ଗ ଫେଷ୍ଟ-୨୦୨୩ ଜବାହାରଲାଲ ନେହେରୁ ବିଶ୍ବ ବିଦ୍ୟାଳୟ ସ୍ଥିତ ଆଦିକବି ସାରଳା ଦାସ ଓଡିଆ ଚେୟାରର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି| ଶିକ୍ଷାବିତ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ସମସ୍ତ ଶାସ୍ତ୍ରୀୟ ଭାରତୀୟ ଭାଷା ଓ ଲୋକପ୍ରୀୟ ଭାଷାର ବିଶେଷଜ୍ଞ ମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ର କରି ମାତୃଭାଷା, ଟେକ୍ନୋଲୋଜୀ ଓ ଯୁବପିଢି ଶୀର୍ଷକ ଆଲୋଚନାର ଆୟୋଜନ କରାଯାଇଥିଲା|

ଏହି ସମ୍ମିଳନୀର ଉଦଘାଟନୀ ସମାରୋହରେ ଭାରତୀୟ ବାଣିଜ୍ୟ ଏବଂ ଉଦ୍ଯୋଗ ମଣ୍ଡଳ (ଏସୋଚେଏମ)ର ଶିକ୍ଷା ପରିଷଦର ଅଧ୍ୟକ୍ଷ ତଥା ସୋବିତ ବିଶ୍ବବିଦ୍ୟାଳୟର କୁଳାଧିପତି କୁଁୱର ଶେଖର ବିଜେନ୍ଦ୍ର ମୁଖ୍ୟ ଅତିଥି ଓ ବିଶିଷ୍ଟ ଓଡିଶୀ ଓ ଛଉ ନୃତ୍ୟଶିଳ୍ପୀ ଉଦଘାଟକ ଭାବରେ ଯୋଗ ଦେଇ ଥିଲେ| ସମ୍ମାନିତ ଅତିଥି ଭାବରେ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଭାଷା ବିଭାଗର ଡିନ ପ୍ରଫେସର ଶୋଭା ଶିବଶଙ୍କରନ, ଅଧ୍ୟକ୍ଷ ପ୍ରଫେସର ସୁଧୀର ପ୍ରତାପ ସିଂ, ଆଦିକବି ସାରଳା ଦାସ ଓଡିଆ ଚେୟାରର ମୁଖ୍ୟ ପ୍ରଫେସର ଉଦୟନାଥ ସାହୁ, ଡଃ କମଳାକାନ୍ତ ରାଉଳ ଯୋଗଦେଇ ମାତୃଭଷାର ଗୁରୁତ୍ବ ସମ୍ପର୍କିତ ଆଲୋଚନା କରିଥିଲେ| ଦ୍ବିତୀୟ ପର୍ଯ୍ୟାୟରେ ଅଧିକାଂଶ ଭାରତୀୟ ଭାଷାର ବିଶେଷଜ୍ଞ ମାନେ ଏହି ଆଲୋଚନାରେ ଭାଗନେଇ ନିଜର ମତାମତ ରଖିବା ସହିତ ଦି ଇଣ୍ଟେଲେକ୍ଟସର ଏହି ପ୍ରୟାସକୁ ବିରଳ ତଥା ପ୍ରଶଂସନୀୟ ବୋଲି ଅବିହିତ କରିଥିଲେ| ସେମାନଙ୍କ ମଧ୍ୟରେ ପ୍ରଫେସର ଆର ଦାମୋଦରନ, ପ୍ରଫେସର ବିଶ୍ଵନାଥ, ପ୍ରଫେସର ସହିଦ ମହମଦ ଅନୱର, ପ୍ରଫେସର ଓମ ପ୍ରକାଶ ସିଂ, ଡଃ ସୁବାସିନୀ ବାରିକ ଓ ଡଃ ଗଙ୍ଗା ସହାୟ ମିନା ଯୋଗଦେଇ ତାଙ୍କର ଗୁରୁତ୍ବପୂର୍ଣ୍ଣ ମତ ରଖିଥିଲେ| ଏହି ସମ୍ପର୍କିତ ଦେଶର ଏକ ମାତ୍ର ସମ୍ମିଳନୀର ଅନ୍ତିମ ପର୍ଯ୍ୟାୟରେ ସାଂସଦ ତଥା ମାତୃଭାଷା ସମ୍ପର୍କିତ ସଂସଦୀୟ କମିଟିର ଉପାଧ୍ୟକ୍ଷ ଶ୍ରୀ ଭର୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଆ ଭାଷା ଓ ଲିପିର ପ୍ରାଚୀନତା ଠାରୁ ବର୍ତ୍ତମାନ ପିଢିଙ୍କ ବ୍ୟବହାର ପର୍ଯ୍ୟନ୍ତ ସମ୍ୟକ ଧାରଣା ଦେବା ସହିତ ମାତୃଭାଷାର ଗୁରୁତ୍ବ ବିଷୟରେ ବକ୍ତବ୍ୟ ରଖିଥିଲେ|
ମୁଖ୍ୟ ବକ୍ତା ଭାବରେ ପୂର୍ବତ୍ତନ ରାଜ୍ୟସଭା ସାଂସଦ ଡଃ ରାମଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ ଶାସ୍ତ୍ରୀୟ ମାନ୍ୟତା ପରେ ଓଡିଆ ଭାଷା ପ୍ରତି ଓଡିଆ ଲୋକଙ୍କ କ୍ରମ ବର୍ଦ୍ଧିଷ୍ଣୁ ଆନ୍ତରିକତା ପାଇଁ ଆଶାବାଦୀ ହୋଇଥିଲେ| ଅନ୍ୟମାନଙ୍କ ମଧ୍ୟରେ ପୂର୍ବତ୍ତନ ବୈଦେଶିକ ସଚିବ ତଥା ବିଶିଷ୍ଟ କବି ଡଃ ଅମରେନ୍ଦ୍ର ଖଟୁଆ, ଲେଖକ ଓ ବିରିଷ୍ଟ ଆଇନିଜୀବୀ ବିରଜା ମହାପାତ୍ର, ସହଶ୍ରାସୁଂ ମହାପାତ୍ର, ସାହିତ୍ୟ ଏକାଡ଼େମୀର ସଦସ୍ୟା ରୀତା ନାୟକ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ | ଏହି ଅବସରରେ ଓଡିଆ ଭାଷା ସଂସ୍କୃତି ପ୍ରତି ଅନନ୍ୟ ଅବଦାନ ରଖିଥିବା ବିଶିଷ୍ଟ ନୃତ୍ୟ ଶିଳ୍ପୀ ସରେନ ଲୟେନଙ୍କୁ ୨୦୨୩ ମସିହା ପାଇଁ ଆମଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା| ଏଥି ସହିତ ସାମ୍ପ୍ରତିକ ସମୟରେ ଓଡିଆ ଭାଷାରେ ଦଳିତ ଉତ୍ଥାନ ପାଇଁ ସାହିତ୍ୟ ସୃଷ୍ଟି କରୁଥିବା ବିଶିଷ୍ଟ କବି ଓ ସାରସ୍ଵତ ସଂଗଠକ ଶ୍ରୀ ପୀତାମ୍ବର ତରାଇଙ୍କୁ ପ୍ରବାସୀ ଭାଷା ସମ୍ମାନ ପ୍ରଦାନ କରାଯାଇଥିଲା| ଦିଲ୍ଲୀ ଓଡିଆ ଛାତ୍ର ସଂସଦକୁ ତାଙ୍କର ମାଟି ମନସ୍କତା ପାଇଁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା| ଏହି କାର୍ଯ୍ୟକ୍ରମକୁ ସରୋଜ କୁମାର ମହାପାତ୍ର, ଆର୍ଯ୍ୟାନ ରାଉତ, ପଙ୍କଜମାଳ ଷଡଙ୍ଗୀ, ସ୍ମୃତିଧାରା ରାଉତ, ଶୁଭେଚ୍ଛା ଭାରତୀୟ, ଅନିଶ ପୂଜାପଣ୍ଡା ଓ ସଂଗଠନର ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ|

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories