www.samajalive.in
Thursday, December 11, 2025
27.1 C
Bhubaneswar

ସ୍ୱାଦିଷ୍ଟ ମଟର ପୁରୀ

ମଟରଛୁଇଁ – ୨କପ
ଅଟା – ୨କପ
ମଇଦା – ୧କପ
କଟା ଯାଇଥିବା ଅଦା – ୧ ଚାମଚ
କଟା ଯାଇଥିବା କଞ୍ଚା ଲଙ୍କା – ୧ ଚାମଚ
ହେଙ୍ଗୁ ସାମାନ୍ୟ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଟା ଓ ମଇଦା ପକାଇ ଏଥିରେ ୨ ଚାମଚ ତେଲ , ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଅଳ୍ପ ଅଳ୍ପ ପାଣି ପକାଇ ଭଲ ଭାବେ ଚକଟା ପ୍ରସ୍ତୁତ କରନ୍ତୁ। ଏବେ ୩୦ ମିନିଟ ଯାଏଁ ଏକ ପାତ୍ର ଘୋଢାଇ ରଖି ଦିଅନ୍ତୁ। ଏବେ ଭଲ ଭାବେ ମଟର ଛୁଇଁ ସିଝାଇ ଦିଅନ୍ତୁ।ସିଝା ମଟରରେ ଅଦା, କଞ୍ଚାଲଙ୍କା, ହେଙ୍ଗୁ , ସାମାନ୍ୟ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ ପେଷି ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡେଇ ବସାଇ ତେଲ ଗରମ କରି ସାମାନ୍ୟ ହେଙ୍ଗୁ ପକାଇ, ଉକ୍ତ ମିଶ୍ରଣ ,ଲୁଣ ପକାଇ କିଛି ସମୟ କଷନ୍ତୁ। ଏହାପରେ ଏକ ପାତ୍ରକୁ କାଢି ଥଣ୍ଡା କରନ୍ତୁ। ଏହା ମଧ୍ୟରେ ଚକଟା ଅଟାରୁ ପୁରୀ ଆକୃତିର ବେଲି ଏଥିରେ ପ୍ରସ୍ତୁତ ମିଶ୍ରଣ ପୁର ଭଳି ଦେଇ ପୁଣି ବେଲି ଦିଅନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରି ଭଲ ଭାବେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମଟର ପୁରୀ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories