www.samajalive.in
Monday, December 8, 2025
27.1 C
Bhubaneswar

ବନ୍ଧୁକ କାରଖାନାର ମାଷ୍ଟରମାଇଣ୍ଡ ଗିରଫ

ସମାଜ ଡିଜିଟାଲ ଡେସ୍କ: କଟକ ବୈଆଳିଶମୌଜାରୁ ବନ୍ଧୁକ କାରଖାନା ଠାବ ହେବା ଘଟଣାରେ ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛି। କଟକ ଶଙ୍କରପୁର ଅଞ୍ଚଳରୁ ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ମାଷ୍ଟରମାଇଣ୍ଡ ଚଗଲା ଖୁଣ୍ଟିଆକୁ ଗିରଫ କରିଛି। ଚଗଲା ନାଁରେ ଏକ ହତ୍ୟା ମାମଲା ମଧ୍ୟ ରହିଛି। ଏହି ଘଟଣାରେ ପୂର୍ବରୁ ୪ ଜଣଙ୍କୁ ଏସଟିଏଫ ଗିରଫ କରିଥିଲା।

ସୂଚନା ଅନୁସାରେ, କଟକ ବୟାଳିଶମୌଜାରେ ବେଆଇନ୍ ବନ୍ଧୁକ କାରଖାନା ଚାଲିଥିଲା। ଏ ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇବା ପରେ ଏସଟିଏଫ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସେଠାରୁ ୩୦ରୁ ଅଧିକ ବନ୍ଧୁକ ଜବତ ହୋଇଥିଲା। ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଦୀର୍ଘ ଦିନ ଧରି ଏଠାରେ ବେଆଇନ ଭାବେ ବନ୍ଧୁକ ତିଆରି କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯୋଗାଣ କରାଯାଉଥିଲା।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories