www.samajalive.in
Sunday, December 7, 2025
15.1 C
Bhubaneswar

‘ମାଷ୍ଟର ସେଫ୍ ଇଣ୍ଡିଆ ସିଜନ୍-୬’ର ଟାଇଟଲ ହାସଲ କଲେ ଓଡ଼ିଆ ପୁଅ ଅବିନାଶ

ମୁମ୍ବଇ: ପୁଣି ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି ଜଣେ ଓଡ଼ିଆ। ଷ୍ଟାର ପ୍ଲସ୍‌ରେ ପ୍ରସାରିତ ହେଉଥିବା ଖାଦ୍ୟଭିତ୍ତିକ ରିୟାଲିଟି ଶୋ’ ‘ମାଷ୍ଟର ସେଫ୍ ଇଣ୍ଡିଆ ସିଜନ୍-୬’ର ବିଜେତା ହୋଇଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ। ରବିବାର ଶୋ’ର ଗ୍ରାଣ୍ଡ ଫିନାଲେ ପ୍ରସାରିତ ହୋଇଥିଲା ଓ ଏଥିରେ ଅବିନାଶଙ୍କୁ ଆନୁଷ୍ଠାନିକ ଭାବେ ବିଜେତା ଘୋଷଣା କରାଯାଇଛି। ବିଜେତା ଭାବେ ତାଙ୍କୁ ଟ୍ରଫି ସହ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ୨୭ ବର୍ଷୀୟ ଅବିନାଶ ବ୍ରହ୍ମପୁରର ବାସିନ୍ଦା। ମାଷ୍ଟର ସେଫ୍‌ରେ ଭାଗ ନେଇ ଟାଇଟଲ୍ ହାସଲ କରିବାରେ ସେ ହେଲେ ପ୍ରଥମ ଓଡ଼ିଆ।

- Advertisement -

ଚଳିତ ମାଷ୍ଟର ସେଫ୍ ସିଜନ୍‌ରେ ସେ ଚିକେନ୍ ବେସର, ପଖାଳ ଓ ପାନପତ୍ରରେ ଚିକେନ୍ ଭଳି ନିଆରା ଖାଦ୍ୟ ପ୍ରସ୍ତୁତ କରି ଯଥେଷ୍ଟ ଲୋକପ୍ରିୟତା ହାସଲ କରିଥିଲେ। ଏହି ସିଜନ୍‌ରେ ଲୋକପ୍ରିୟ ସେଫ୍‌ ବିକାଶ ଖନ୍ନା, ରଣବୀର ବରାର ଓ ଭିନୀତ୍ ଭାଟିଆ ବିଚାରପତି ଦାୟିତ୍ବ ତୁଲାଇଥିଲେ। ଅବିନାଶଙ୍କ ସହ ଆକାଂକ୍ଷା ଖତ୍ରୀ, ଓନ୍‌ଡ୍ରିଲା ବାଲା ଏବଂ ଓଡ଼ିଆ ଝିଅ ସ୍ମୃତିଶ୍ରୀ ସିଂହ ଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲେ।

ଉଲ୍ଲେଖଯୋଗ୍ୟ, ଅବିନାଶ ରାଜଗାଙ୍ଗପୁରସ୍ଥିତ ଶ୍ରୀଅରବିନ୍ଦ ଇଣ୍ଟିଗ୍ରାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟରରୁ ନିଜ ବିଦ୍ୟାଳୟ ଶିକ୍ଷା ଶେଷ କରିଛନ୍ତି। ଏହାପରେ ସେ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଡ୍‌ଭାନ୍ସମେଣ୍ଟରୁ ନିଜର ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ଏବେ ସେ ପେଶାରେ ଜଣେ ସିଷ୍ଟମ ଇଞ୍ଜିନିୟର।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories