www.samajalive.in
Tuesday, December 9, 2025
16.1 C
Bhubaneswar

ଭେଣ୍ଟିଲେଟରରେ ଶୋଇ ତମାଖୁ ଦଳୁଥିଲେ ବ୍ୟକ୍ତି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ବିତୀୟ ପର୍ୟ୍ୟାୟ ସଂକ୍ରମଣ ପ୍ରକୋପରେ ସ୍ଥିତି ଖୁବ୍ ଶୋଚନୀୟ ହୋଇପଡ଼ିଛି। ଏପରିକି ଅକ୍ସଜେନ୍ ଅଭାବରୁ ଲୋକମାନଙ୍କ ମୃତ୍ୟୁ ହେଉଛି, ହସ୍ପିଟାଲରେ ରୋଗୀଙ୍କୁ ବେଡ଼୍ ମିଳୁନି। ଇତି ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ୍ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ଅକ୍ସିଜେନ୍ ମାସ୍କ ପିନ୍ଧି ଭେଣ୍ଟିଲେଟରରେ ଶୋଇ ହାତରେ ତମାଖୁ ଦଳୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଦେଖି ଲୋକେ ପ୍ରତିକ୍ରିୟା ଦେଇଛନ୍ତି, ‘‘ଛୋଡ଼େଙ୍ଗେ ନା ହମ୍ ତେରା ସାଥ ଓ ସାଥୀ ମରତେ ଦମ୍ ତକ’’।

- Advertisement -

ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଦେଖି କିଛି ଲୋକ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ଆଉ କିଛି ଲୋକ ହସି ହସି ବେଦମ ହୋଇଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ ଶୋଇଛନ୍ତି। ତାଙ୍କ ମୁହଁରେ ଅକ୍ସିଜେନ ପାଇପ୍ ଲାଗିଛି, କିନ୍ତୁ ସେ ନିଜ ହାତକୁ ଏପରି ଘଷୁଛନ୍ତି ଯେ, ଯେପରି କି ତମାଖୁ ଦଳୁଛନ୍ତି। ଏହାସହିତ ଭିଡିଓରେ ରୋଗୀ ପାଖରେ ଜଣେ ମହିଳା ଅଛନ୍ତି। ଜଣେ ନର୍ସ ମଧ୍ୟ ପାଖରେ ରହି ତାଙ୍କ ସେବା କରୁଛନ୍ତି। କିନ୍ତୁ ରୋଗୀଜଣକ ତମାଖୁ ଦଳିବାରେ ବ୍ୟସ୍ତ। କେହିଜଣେ ରୋଗୀର ଏଭଳି ଅଜବ କାର୍ଯ୍ୟର ଭିଡିଓ କରିଥିଲେ। ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ନିଜ ଟ୍ବିଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଭିଡିଓର ପ୍ରଚ୍ଛଦପଟରେ ‘‘ଛୋଡ଼େଙ୍ଗେ ନା ହମ୍ ତେରା ସାଥ…’’ ଗୀତ ବାଜୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories