www.samajalive.in
Monday, December 8, 2025
27.1 C
Bhubaneswar

ରାସ୍ତା ମଝିକୁ ଆସିଗଲା ଗାଈ -ଫଳରେ ଭାରସାମ୍ୟ ହରାଇ ମଟରସାଇକେଲ୍‌ରୁ ଛିଟିକି ପଡି ଯୁବକ ଗୁରୁତର

କଲ୍ୟାଣସିଂ ହପୁର – ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ଶ୍ରୀରାମ ନଗରଠାରେ ଭାରସାମ୍ୟ ହରାଇ ବାଇକରୁ ପଡି ଜଣେ ଯୁବକ ଗୁରୁତ୍ୱର ଦୁଇଜଣ ଆହତ ହୋଇଛନ୍ତି । ପଲମା ଠାରୁ ଗୋଟିଏ ବାଇକରେ ଉଲ୍ଲକା ରାଜୁ, ସିଦ୍ଧାନ୍ତ ୱାଡକା ଏବଂ ଅନ୍ୟ ଏକ ଗାଡିରେ ସୋରାଜ ଉଲ୍ଲକା ତାଙ୍କ ଭଉଣୀକୁ ଛାଡିବା ପାଇଁ କରପା ପଞ୍ଚାୟତରେ ଥିବା ସେବାଶ୍ରମକୁ ଯାଉଥିଲେ ।

ଶ୍ରୀରାମ ନଗର ଗାଁ ଠାରେ ହଠାତ୍‌ ଗାଈ ଆସିଯିବାରୁ ବାଇକର ବ୍ରେକ ଦେଇ ଉଲ୍ଲକା ରାଜୁ ରାସ୍ତାରେ ଛିଟିକି ପଡ଼ିଥିଲେ । ସେଠାରେ ଥିବା ପୁଲିସ ସଙ୍ଗେ ସଙ୍ଗେ ରୋଗୀବୁହା ଗାଡିକୁ ଡକାଇ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଥିଲେ ।ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଉଲ୍ଲକା ରାଜୁ ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଯାଇଥିବା ସୂଚନା ମିଳିଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories