www.samajalive.in
Monday, December 8, 2025
20.1 C
Bhubaneswar

ପୁରପଲ୍ଲୀରେ ପାଳିତ ହେଉଛି ଦୋଳ ଉତ୍ସବ – ଦୋଳବେଦୀରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ସୁଆଣ୍ଡୋ – ଦୋଳପୂର୍ଣ୍ଣିମାରେ ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀ ରାଧା ଠାକୁରାଣୀଙ୍କୁ ଦୋଳବେଦୀରେ ଦୋଳଗୋବିନ୍ଦ ଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଦୋଳବେଦୀରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଲୋକଙ୍କ ଗହଳି ଲାଗିରହିଛି । ପୁରୀ ଜିଲାର ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀ ଗୋପୀନାଥଙ୍କ ଦୈନିକ ନୀତିକାନ୍ତି ଶେଷ ହେବା ପରେ ବିଜେ ପ୍ରତିମା ମଦନମୋହନ ଦୋଳବେଦୀରେ ବିଜେ କରିଥିଲେ । ଦୋଳବେଦୀରେ ମହାପ୍ରଭୁଙ୍କ ତିନି ଧୂପ ପାଞ୍ଚ ଅବକାଶ ଦେବ ନୀତି ଅନୁଷ୍ଠିତ ହୋଇଥିଲା । ଅବଧାନ ନୂତନ ପାଞ୍ଜି ପାଠ କରିଥିଲେ ।

ଶ୍ରୀରାମଚନ୍ଦ୍ର ପୁର, ଆଦ୍ୟ ଶାସନ ବୀର ରାମଚନ୍ଦ୍ରପୁର, ବିଶ୍ୱନାଥ ପୁର, ନୂଆଗାଁ, ରାୟଚକ୍ରଧରପୁର ପୁର, ରାୟ ଖଣ୍ଡି ଆଦି ଶାସନ ଗ୍ରାମ ଗୁଡିକରେ ଠାକୁରମାନେ ଦୋଳବେଦୀରେ ବିଜେ କରିଥିଲେ । ସେହିପରି ଉତ୍କଳମଣି ଗୋପବନ୍ଧୁଙ୍କ କୂଳ ଦେବତା ଶ୍ରୀ ରାଧା ବିନୋଦ ବିହାରୀ ଦେବଙ୍କ ଚଳନ୍ତି ପ୍ରତିମା ମଦନମୋହନ ଦୋଳବେଦୀରେ ବିଜେ କରିଥିଲେ । ଦୋଳପୂର୍ଣ୍ଣିମା ଅବସରରେ ଗ୍ରାମ ଗୁଡିକ ଉତ୍ସବମୁଖର ହୋଇ ଉଠିଛି

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories