ବୁଲା କୁକୁରକୁ ହତ୍ୟା ଲାଗି ୫୦୦ ଟଙ୍କା ସୁପାରୀ; ଭିଡ଼ିଓ ଭାଇରାଲ ପରେ ୨ ଗିରଫ

ମଣିଷ ମାରିବାକୁ ଲୋକ ସୁପାରି ଦେଉଥିବା ଶୁଣାଯାଏ । ମାତ୍ର ଏକ ବୁଲା କୁକୁରକୁ ହତ୍ୟା ପାଇଁ ଜଣେ ବ୍ୟକ୍ତି ଅନ୍ୟ ଜଣକୁ ୫୦୦ ଟଙ୍କା ସୁପାରି ଦେବା ଘଟଣା ବୋଧହୁଏ ପ୍ରଥମ । ତାମିଲନାଡ଼ୁର ମଦୁରାଇରେ ଏହି ଘଟଣା ଘଟିଛି । ଏ ସଂକ୍ରାନ୍ତ ଏକ ଭିଡ଼ିଓ ଭାଇରାଲ ହେବା ପରେ ପୁଲିସ କୁକୁରକୁ ହତ୍ୟା କରିଥିବା ବ୍ୟକ୍ତି ଓ ତାଙ୍କୁ ଟଙ୍କା ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ।

ମଦୁରାଇ ଜିଲାର ସରଭନନ ନାମକ ଜଣେ ବ୍ୟକ୍ତି ରାସ୍ତାରେ ଯାତାୟତ କରିବା ବେଳେ ପ୍ରତିଦିନ ଗୋଟିଏ ବୁଲା କୁକୁର ତାଙ୍କୁ ଦେଖି ଭୁକିଥାଏ । ପ୍ରଥମେ ସେ ଏହାକୁ ଗୁରୁତ୍ବ ଦେଇ ନ ଥିଲେ । ମାତ୍ର ଏହାପରେ କୁକୁରର ବ୍ୟବହାରରେ ସେ କ୍ରୋଧାନ୍ବିତ ହୋଇଥିଲେ । ଏଥିପାଇଁ ସେ ବିମଲ ରାଜ ନାମକ ଜଣେ ବ୍ୟକ୍ତିଙ୍କୁ ୫୦୦ ଟଙ୍କା ଦେଇ କୁକୁରଟିକୁ ହତ୍ୟା କରିବାକୁ କହିଥିଲେ । ବିମଲରାଜ କୁକୁରକୁ ପିଟିପିଟି ମାରିବାର ଦୃଶ୍ୟ କେହି ଜଣେ ସୋସିଆଲ ମିଡ଼ିଆରେ ଭାଇରାଲ କରି ଦେଇଥିଲା । ଏହାପରେ ପୁଲିସ ବିମଲକୁ ଗିରଫ କରିଥିଲା, ତା’ଠୁ ସୂଚନା ପାଇ ସରଭନନକୁ ମଧ୍ୟ ପୁଲିସ ଗିରଫ କରିଛି ।

Comments are closed.