www.samajalive.in
Monday, December 8, 2025
20.1 C
Bhubaneswar

 ନାବାଳକକୁ ମାଡ଼ମାରି ଲୁଟ ଅଭିଯୋଗରେ ଜଣେ ଗିରଫ

ଚୌଦ୍ୱାର, : ଜଣେ ନାବାଳକ ଛାତ୍ରକୁ ମାଡ଼ ମାରି ତା ପାଖରୁ ମୋବାଇଲ ଫୋନ୍‌ ଓ ଟଙ୍କା ଲୁଟ କରିବା ଅଭିଯୋଗରେ ଚୌଦ୍ୱାର ପୁଲିସ ଜଣେ ଯୁବକକୁ ଗିରଫ କରି ଅଦାଲର୍ତ ଚାଲାଣ କରିଛି  । ଗିରଫ ଅଭିଯୁକ୍ତ ଜଣକ ହେଲା ଚୌଦ୍ୱାର ତଳବଜାର ସାମଲ ସାହିର ସୌମ୍ୟ ରଞ୍ଜନ ସାମଲ(୨୦) ଓରଫ ଧଣ୍ଡ  ।

 

- Advertisement -

ପୁଲିସ ସୂଚନା ଅନୁଯାୟୀ  ଜଗତପୁର ଖର୍ଦ୍ଦାସାହିର  ଜଣେ ନାବାଳକକୁ ଚୌଦ୍ୱାର ରୂପଯାତ୍ରା ଭସାଣି  ସଂଧ୍ୟାରେ  ଟିଉସନ୍‌ ପଢ଼ିବା ପାଇଁ ଚୌଦ୍ୱାର ଆସୁଥିବାବେଳେ ସୌମ୍ୟ ରଞ୍ଜନ ବିରୂପା ବ୍ୟାରେଜ ରାସ୍ତାରେ ତାଙ୍କୁ  ଅଟକାଇ ହଠାତ୍‌ ତାକୁ ଧକ୍କା ମାରିଥିଲା  । ସେ ତଳେ ପଡ଼ି ଯିବାରୁ ତା ମୁଣ୍ଡକୁ ଏକ ମଦ ବୋତଲରେ ପିଟି ତା ପାଖରୁ ଏକ ମୋବାଇଲ ଫୋନ୍‌ ଓ ନଗଦ୫୬୦ଟଙ୍କା ଛଡ଼ାଇନେଇ ଫେରାର ହୋଇ ଯାଇଥିଲା  । ବୋତଲ ମାଡ଼ରେ ନାବାଳକଙ୍କ ମୁଣ୍ଡ ଫାଟି ସେ ଆହତ ହୋଇଥିଲା  । ତାଙ୍କ ବାପା ଏସମ୍ପର୍କରେ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିବାରେ ପୁଲିସ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ସୋମବାର ଦିନ ଅଭିଯୁକ୍ତ ସୌମ୍ୟ ରଞ୍ଜନକୁ ଗିରଫ କରିଥିଲେ  ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories