www.samajalive.in
Tuesday, December 9, 2025
16.1 C
Bhubaneswar

ବଞ୍ଚିଥିବା ଯାଏ ବିଜେପିକୁ କ୍ଷମତାକୁ ଆସିବାକୁ ଦେବି ନାହିଁ: ମମତା

କଲକାତା: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିଦିନ ରାଲି ଏବଂ ସଭା ଆୟୋଜନ ଚାଲିଛି। ଏହି କ୍ରମରେ ବୁଧବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାଲଦାରେ ଏକ ରାଲିକୁ ସମ୍ବୋଧିତ କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ମମତା କହିଛନ୍ତି, ବିଜେପିକୁ କ୍ଷମତାକୁ ଆଣିବା ଅର୍ଥ ଦଙ୍ଗାକୁ ପ୍ରୋତ୍ସାହିତ କରିବା। ଯଦି ଆପଣମାନେ ପଶ୍ଚିମବଙ୍ଗରେ ଦଙ୍ଗା ଚାହୁଁଛନ୍ତି, ତେବେ ବିଜେପିକୁ ଭୋଟ ଦିଅନ୍ତୁ ବୋଲି ମମତା କହିଛନ୍ତି।

ମମତା ବିଜେପିକୁ ଟାର୍ଗେଟ କରି କହିଥିଲେ, ଆପଣମାନେ ମୋତେ ହରାଇପାରିବେ ନାହିଁ, କାରଣ ମୋ ପାଖରେ ଜନତାଙ୍କ ସମର୍ଥନ ରହିଛି ଏବଂ ଯେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି, ସେ ପର୍ଯ୍ୟନ୍ତ ବିଜେପିକୁ କ୍ଷମତାକୁ ଆସିବାକୁ ଦେବିନାହିଁ। ସେହିପରି ଦିଦି ବିଜେପିର ରଥଯାତ୍ରାକୁ ତାତ୍ସଲ୍ୟ କରି କହିଥିଲେ ଯେ, ସେମାନେ ଏଭଳି ବ୍ୟବହାର କରୁଛନ୍ତି ଯେପରି କି ସେମାନେ ଭଗବାନ। ସମାଜରେ ଧର୍ମ ଆଧାରରେ ବିଭାଜନ ସୃଷ୍ଟି କରି ବିଜେପି ନେତାମାନଙ୍କର ରାଜନୈତିକ ଏଜେଣ୍ଡା ଏବଂ ଏହି ଦଳ ହିନ୍ଦୁ ଧର୍ମ ବିଷୟରେ ମିଥ୍ୟା ପ୍ରଚାର କରୁଛି।

- Advertisement -

ରାୟଗଞ୍ଜରେ ଏକ ରାଲିରେ ମମତା କହିଥିଲେ, ରଥଯାତ୍ରା ଏକ ଧାର୍ମିକ ଉତ୍ସବ। ଆମେ ସମସ୍ତେ ଏଥିରେ ଅଂଶଗ୍ରହଣ କରିଥାଉ। ଆମେ ଜାଣିଛୁ ଭଗବାନ ଶ୍ରୀଜଗନ୍ନାଥ, ବଳରାମ ଏବଂ ମା’ ସୁଭଦ୍ରା ରଥରେ ଯାତ୍ରା କରନ୍ତି। କିନ୍ତୁ ବିଜେପି ନେତା ସମାଜରେ ବିଭାଜନ ସୃଷ୍ଟି କରିବା ଏବଂ ପରସ୍ପର ମଧ୍ୟରେ ଲଢ଼େଇ କରାଇ ନିଜର ରାଜନୈତିକ ଉଦ୍ଦେଶ୍ୟ ପୂରଣ କରିବା ଲାଗି ରଥଯାତ୍ରା କରୁଛନ୍ତି। ସେମାନେ ଏପରି ରଥଯାତ୍ରା କରୁଛନ୍ତି, ଯେପରି ସେମାନେ ଭଗବାନ ଅଟନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories