ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ…
କଲକାତା : ପଶ୍ଚିମବଙ୍ଗ ରାଜଧାନୀ କଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଗତ ମାସରେ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାର ହରତାଳ କରୁଥିବା ଜୁନିୟର ଡାକ୍ତରଙ୍କ ସହ ରାଜ୍ୟସରକାରଙ୍କ ଆଲୋଚନା ଆଜି ମଧ୍ୟ ହୋଇପାରିଲାନି । ଏହା ମଧ୍ୟରେ ମମତା ବାନାର୍ଜୀ କହିଛନ୍ତି କି ସେ ଲୋକଙ୍କ ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି ।
ମମତା କହିଛନ୍ତି କି ‘ମୁଁ ଲୋକଙ୍କ ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ଆରଜି କର ହସ୍ପିଟାଲ ଡାକ୍ତର ହତ୍ୟା ମାମଲା ମୁଁ ମଧ୍ୟ ନ୍ୟାୟ ଚାହୁଁଛି ।’ ସେ କହିଛନ୍ତି କି ‘ମୁଁ ରାଜ୍ୟବାସୀଙ୍କୁ କ୍ଷମା ମାଗୁଛି । ଆମେ ଜୁନିୟର ଡାକ୍ତରଙ୍କ ସହ ସାକ୍ଷାତ କରିବାକୁ ଆଜି ୨ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲୁ କିନ୍ତୁ ସେମାନେ ବୈଠକ ସ୍ଥାନକୁ ଆସିଲେନି ।’ ସେ ସ୍ପଷ୍ଟ କହିଛନ୍ତି କି ଆନ୍ଦୋଳନକାରୀ ଜୁନିୟର ଡାକ୍ତରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବନି ।
କଲକାତା ଘଟଣାକୁ ନେଇ ଇସ୍ତଫା ଦେଲେ ଟିଏମସି ସାଂସଦ, ମମତାଙ୍କୁ ଦୋଷ ଦେଲେ
Comments are closed.