ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୁଲିସ ସହିତ ଗୁଳିବିନିମୟ ବେଳେ ୨ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସ୍ୱାଭିମାନ ଅଞ୍ଚଳର ଗାଜଲ ମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ସିଙ୍ଗାରାମ ଗ୍ରାମରେ ଏହି ଗୁଳିବିନିମୟ ହୋଇଥିବା ସୂଚନା। ଗୁଳିବିନିମୟରେ ୨ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣା ସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ତେବେ ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆନ୍ଧ୍ର ଗ୍ରେହଂଣ୍ଡ, ଏସଓଜି ଓ ଡିଭିଏଫର ମିଳିତ ସର୍ଚ୍ଚ ଅପରେସନ ବେଳେ ପୁଲିସ ମାଓବାଦୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏହାପରେ ପୁଲିସ ଉପରକୁ ମାଓବାଦୀ ମାନେ ଗୁଳି ଚାଳନା କରିବା ପରେ ଏହାର ପାଲଟା ଜବାବ ରଖିଥିଲେ ସୁରକ୍ଷା କର୍ମୀ।



