www.samajalive.in
Tuesday, December 9, 2025
16.1 C
Bhubaneswar

ମାଲକାନଗିରିରୁ ଡିଏସ୍‌ପିଙ୍କୁ ଉଠାଇ ଆଣିଲା କଳାହାଣ୍ଡି ପୁଲିସ

କେସିଙ୍ଗା: ଜଣେ ମହିଳା ପୁଲିସ କର୍ମଚାରୀଙ୍କ ସହିତ ନିବିଡ ସମ୍ପର୍କ ପରେ ତାଙ୍କ ଚରିତ୍ର ସଂହାର ଉଦ୍ୟମ କରିବା ଅଭିଯୋଗରେ ମାଲକାନଗିରି ପୁଲିସ ମୁଖ୍ୟାଳୟରୁ ଡିଏସ୍‌ପି ଅକ୍ଷୟ ନାୟକଙ୍କୁ କଳାହାଣ୍ଡି ପୁଲିସ ଗତକାଲି ଉଠାଇ ଆଣିଥିଲା। ତାଙ୍କୁ କେସିଙ୍ଗା ଥାନାରେ ଅଟକରଖି ପଚରାଉଚରା କରିବା ପରେ ହାଇକୋର୍ଟଙ୍କ ଅଗ୍ରୀମ ଜମାନତ ବଳରେ ଛାଡି ଦେଇଥିଲା। କେସିଙ୍ଗା ଥାନାର ଜଣେ ମହିଳା କର୍ମଚାରୀଙ୍କ ସହିତ ମାଲକାନଗିରି ପୁଲିସ ମୁଖ୍ୟାଳୟରେ କାର୍ୟ୍ୟରତ ଡିଏସ୍‌ପି ତଥା କେସିଙ୍ଗାର ପୂର୍ବତନ ଏସ୍‌ଡିପିଓ ଅକ୍ଷୟ ନାୟକଙ୍କ ମଧ୍ୟରେ ନିବିଡ ସମ୍ପର୍କ ସ୍ଥାପନ ହୋଇଥିଲା। ନିଜ ସ୍ତ୍ରୀ, ସନ୍ତାନ ଥିବା ସତ୍ତ୍ବେ ଶ୍ରୀ ନାୟକ ତାଙ୍କୁ ଏକ ମନ୍ଦିରରେ ବିବାହ କରିଥିଲେ ବୋଲି ମହିଳା କର୍ମଚାରୀ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ବିବାହ ପରେ କୈାଣସି କାରଣରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ତେଣୁ ଶ୍ରୀ ନାୟକ ତାଙ୍କୁ ବଦନାମ କରିବା ସହିତ ଚରିତ୍ର ସଂହାର ଆରମ୍ଭ କରିଥିଲେ ବୋଲି ସମ୍ପୃକ୍ତ ମହିଳା କଳାହାଣ୍ଡି ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଥିଲେ।

 

- Advertisement -

ବିଭିନ୍ନ ସମୟରେ ଶ୍ରୀ ନାୟକ ତାଙ୍କୁ ଧମକଦେବା ସହ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଲେଖୁଥିଲେ। ଏପରିକି ବିଭିନ୍ନ ଲୋକଙ୍କୁ ତାଙ୍କ ବିଷୟରେ ଆପତ୍ତିଜନକ ଲେଖା ମଧ୍ୟ ପଠାଉଥିଲେ। ଏସ୍‌ପିଙ୍କ ନିର୍ଦେଶରେ କେସିଙ୍ଗା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଗତରାତିରେ କଳାହାଣ୍ଡି ପୁଲିସ ଡିଏସ୍‌ପି ଶ୍ରୀ ନାୟକଙ୍କୁ ମାଲକାନଗିରିରୁ ଆଣି କେସିଙ୍ଗା ଥାନାରେ ପହଞ୍ଚିଥିଲା। ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧର ନିଜେ କହିଥିଲେ। ଉକ୍ତ ମହିଳା କର୍ମଚାରୀଙ୍କ ସହ ସମ୍ପର୍କ ସଜାଡିବା ପାଇଁ ଦୀର୍ଘସମୟ ଧରି ଉଭୟେ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ତେଣୁ ଶ୍ରୀ ନାୟକଙ୍କୁ କୋର୍ଟଚାଲାଣ ପାଇଁ ପୁଲିସ ଦସ୍ତାବିଜ୍‌ ପ୍ରସ୍ତୁତକଲା, ଡାକ୍ତରୀ ପରିକ୍ଷା ପାଇଁ ଗାଡିକୁ ମଧ୍ୟ ପ୍ରସ୍ତୁତ କରାଗଲା। କିନ୍ତୁ ଶ୍ରୀ ନାୟକ ହାଇକୋର୍ଟରୁ ଆଣିଥିବା ଏକ ନିର୍ଦେଶନାମା ଦେଖାଇଥିଲେ। ଯେଉଁଥିରେ ତଦନ୍ତରେ ସହଯୋଗ କରୁଥିବା ପର୍ୟ୍ୟନ୍ତ ଶ୍ରୀ ନାୟକଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ଉଲ୍ଲେଖ ରହିଥିଲା। ତେଣୁ ପୁଲିସ ତାଙ୍କୁ ବାଧ୍ୟହୋଇ ଛାଡି ଦେଇଥିଲା।
ତେବେ ତାଙ୍କୁ ମାଲକାନଗିରିରୁ ଆଣୁଥିବା ବେଳେ କଳାହାଣ୍ଡି ପୁଲିସକୁ ଶ୍ରୀ ନାୟକ କାହିଁକି ନ୍ୟାୟଳୟଙ୍କ ନିର୍ଦେଶନାମା ଦେଖାଇ ନ ଥିଲେ ? ନିଜ ବିଭାଗକୁ ଅପଦସ୍ତ କରିବାକୁ ସେ କାହିଁକି ଏଭଳି ଯୋଜନା କଲେ ? ବୋଲି ବୁଦ୍ଧିଜୀବୀମହଲରେ ଅନେକ ପ୍ରଶ୍ନ କରାଯାଉଛି। ଏହି ଘଟଣାରେ କେସିଙ୍ଗା ପୁଲିସ ସମ୍ପୃକ୍ତ ମହିଳାଙ୍କ ସମ୍ପର୍କିୟ ଭାଇଙ୍କୁ ଗତ ୧୭ ତାରିଖରେ ଗିରଫକରି କୋର୍ଟଚାଲାଣ କରିଛି। ସେ ଆଶାଳୀନ ଲେଖା, ଆପତ୍ତି ଜନକ ପୋଷ୍ଟ ନିଜେ ଲେଖିଥିବା ପୁଲିସକୁ ଲିଖିତ ଜଣାଇବାରୁ ପୁଲିସ ତାଙ୍କୁ ଗିରଫ କରିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories