www.samajalive.in
Monday, December 8, 2025
27.1 C
Bhubaneswar

କରୋନା ବିପତ୍ତି କାଳେ ମାଗଣା ସ୍କୁଟି ଦେବା ନାଁରେ ଠକେଇ ; ୨ ଗିରଫ

ମାଲକାନଗିରି : ମାଗଣା ସ୍କୁଟି ଯୋଗାଇବା ନାଁ ରେ ଠକୁ ଥବା ଓ ସ୍କୁଟି ରେଜିଷ୍ଟ୍ରେସନ ଟଙ୍କା ଆଦାୟ କରୁ ଥିବା ବେଳେ ମାଲକାନଗିରି ପୁଲିସ ଦ୍ବାରା ଦୁଇ ଅନଲାଇନ ଲୁଟେରା ଗିରଫ ହୋଇଛନ୍ତି।
ସୂଚନା ଯୋଗ୍ୟ, ଉକ୍ତ ଅଭିଯୁକ୍ତ ସ୍କୁଟି ଦେବା ପାଇଁ ଏକ ଯୋଜନା କରିଥିଲେ। ଜଗତସିଂହପୁର ବାଲିକୁଦା ଅଂଚଳର ସୌରଭ ଦାଶ ତଥା ଦିବ୍ୟାରଞ୍ଜନ୍ କଂସୋ ଆଶା ଦିଦି ମାନଙ୍କୁ ସରକାରଙ୍କ ପକ୍ଷରୁ କରୋନା ଯୋଦ୍ଧା ଘୋଷଣା କରି ଏବଂ ୩୦ ଟି ଜିଲାର ଉତ୍ତମ ସେବା ଯୋଗାଇ ଥିବା ଆଶା ଦିଦିଙ୍କୁ ପୁରସ୍କାର ଭାବରେ ଗୋଟିଏ ସ୍କୁଟି ଦିଆଯିବାକୁ ନିଷ୍ପତି ନିଆଯାଉଛି ବୋଲି କହିଥିଲେ। ଏହାପରେ ରେଜିଷ୍ଟରେସନ୍ ଫି ବାବଦକୁ ୭୦୦୦ଟଙ୍କା ଦେବାକୁ ପଡ଼ିବ ବୋଲି ପୂର୍ବରୁ ଅଭିଯୁକ୍ତ ମାନେ ମେସେଜରେ ଜଣାଇଥିଲେ। ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟ୍ ଦେଇ କେବଳ ଗ୍ରାହକ ସେବା କେନ୍ଦ୍ରରୁ ଏହି ଅର୍ଥ ଡିପୋଜିଟ କରିବାକୁ କୁହାଯାଇ ଥିଲା। ତେବେ ମାଥିଲି ଓ କାଳିମେଳାର ଦୁଇ ଆଶା ଦିଦି ଏହା ସତ ଭାବି ଏକାଉଣ୍ଟରେ ଟଙ୍କା ଜମା କରିଥିଲେ। ଏହାପରେ ଅଭିଯୁକ୍ତଙ୍କ ମୋବାଇଲ୍ ବନ୍ଦ ବୋଲି ଜଣାପଡ଼ିଥିଲା। ପୁଲିସ ନିକଟରେ ଅଭିଯୋଗ କରିବା ପରେ ସୌମେନ୍ଦୁ ତ୍ରିପାଠିଙ୍କ ନେତୃତ୍ୱରେ ପୁଲିସଙ୍କ ଏକ ଦଳ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories