www.samajalive.in
Sunday, December 7, 2025
15.1 C
Bhubaneswar

ଅନ୍ଧବିଶ୍ୱାସର କରୁଣ ଚିତ୍ର, ଭୂତ ଛଡ଼ାଇବା ପାଇଁ ମହିଳାଙ୍କୁ ଘୁଷୁରୀ ବିଷ୍ଠା ଖୁଆଇଲେ ଗୁଣିଆ

ମାଲକାନଗିରି : ଅନ୍ଧବିଶ୍ୱାସ ଯୋଗୁ ମଣିଷକୁ ଖୁଆଇଲେ  ଘୁଷୁରୀ ବିଷ୍ଠା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଏମ୍‌ଭି- ୬ ଗ୍ରାମରେ । ସୂଚନାଅନୁସାରେ ମାଲକାନଗିରି ଜିଲାର ତଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି- ୬ ଗ୍ରାମର ଲିପିକା ଅରାଉ ନାମକ ମହିଳା ବିଗତ କିଛିଦିନ ଧରି ଅସୁସ୍ଥ ଥିଲେ । ଦେହ ଦିନକୁ ଦିନ ଅଧିକ ଖରାପ ହେବାରୁ ଲିପିକାଙ୍କ ଶଶୁର ଘର ଲୋକେ ତାଙ୍କୁ ଏକ ଗୁଣିଆ ନିକଟକୁ ନେଇଥିଲେ । ଗୁଣିଆ ଜଣଙ୍କ ଲିପିକାଙ୍କ ଦେହରେ ଆତ୍ମା ବାସକରୁଥିବା ଥିବା କହିଥିଲେ। ଏହାପରେ ଲିପିକାଙ୍କ ଦେହରୁ ଆତ୍ମାକୁ ବାହାର କରିବା ପାଇଁ ଉକ୍ତ ଗୁଣିଆ  ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ମୁହଁରେ ନିଆଁ ଧାସ ଦେବା ସହ ଘୁଷୁରି ବିଷ୍ଠା ଖୁଆଇ ଥିବା ଜଣା ପଡ଼ିଛି । ତେବେ ଏହାପରେ ମହିଳାଙ୍କ ଦେହ ଗୁରୁତର ହେବାରୁ ସ୍ଥାନୀୟ ଆଶା ଦିଦି ଖବର ପାଇ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories